20.1 C
Bhubaneswar
Thursday, January 16, 2025
Homeଦ୍ୱାଦଶ ପରୀକ୍ଷା -୨୦୨୨୨୦୨୩ରୁ ସିବିଏସ୍‌ଇର ଗୋଟିଏ ବୋର୍ଡ ପରୀକ୍ଷା

୨୦୨୩ରୁ ସିବିଏସ୍‌ଇର ଗୋଟିଏ ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ: ୨୦୨୨-୨୩ ଶିକ୍ଷାବର୍ଷରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ନିମନ୍ତେ ପୂର୍ବଭଳି ଗୋଟିଏ ବୋର୍ଡ ପରୀକ୍ଷା ଆୟୋଜନ କରିବାକୁ ସିବିଏସ୍‌ଇ (ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଡୁକେସନ) କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିବା ଜଣାପଡିଛି । ସୂଚନାଯୋଗ୍ୟ କୋଭିଡ୍ ଯୋଗୁଁ ସିବିଏସ୍‌ଇ ପକ୍ଷରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ନିମନ୍ତେ ଦୁଇଟି ବୋର୍ଡ ପରୀକ୍ଷାର ବ୍ୟବସ୍ଥା କରାଯାଇଥିଲା ।

ଯଦି କୋଭିଡ୍ ଯୋଗୁଁ ପୁଣିଥରେ ଲକ୍‌ଡାଉନ ଜାରି କରାଯାଏ, ତେବେ ଦୁଇଟି ମଧ୍ୟରୁ ଗୋଟିଏ ବୋର୍ଡ ପରୀକ୍ଷାର ମାର୍କକୁ ବିଚାରକୁ ନିଆଯିବ ବୋଲି କୁହାଯାଇଥିଲା । ୨୦୨୧-୨୨ ଶିକ୍ଷାବର୍ଷ ନିମନ୍ତେ ନଭେମ୍ବର-ଡିସେମ୍ବରରେ ପ୍ରଥମ ବୋର୍ଡ ପରୀକ୍ଷା ଆୟୋଜିତ ହୋଇସାରିଥିବାବେଳେ ୨୦୨୨ ଏପ୍ରିଲରୁ ଦ୍ୱିତୀୟ ବୋର୍ଡ ପରୀକ୍ଷା ଆରମ୍ଭ ହୋଇଛି । ଏହି ଧାରାକୁ ସିବିଏସ୍‌ଇ କର୍ତ୍ତୃପକ୍ଷ ବଜାୟ ରଖିବେ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଥିଲା । ଏହି ପରିପ୍ରେକ୍ଷୀରେ ଦ୍ୱନ୍ଦ୍ୱ ଦୂର କରିବାକୁ ସିବିଏସ୍‌ଇ କର୍ତ୍ତୃପକ୍ଷ ଏଭଳି ସ୍ପଷ୍ଟୀକରଣ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking