30.1 C
Bhubaneswar
Friday, September 20, 2024
Homeଦେଶ ବିଦେଶଆଟ୍‌ଲାଣ୍ଟିକ୍‌ରେ ବୁଡ଼ିଲା ବ୍ରିଟିଶ ନୌସେନା ବୁଡାଜାହାଜ

ଆଟ୍‌ଲାଣ୍ଟିକ୍‌ରେ ବୁଡ଼ିଲା ବ୍ରିଟିଶ ନୌସେନା ବୁଡାଜାହାଜ

ଲଣ୍ଡନ: ବ୍ରିଟେନ ନୌବାହିନୀର ଏକ ପରମାଣୁ ଶକ୍ତିସମ୍ପନ୍ନ ବୁଡାଜାହାଜ ଆଟ୍‌ଲାଣ୍ଟିକ୍ ମହାସାଗରରେ ବୁଡିଯାଇଥିବା ଜଣାପଡିଛି । ଭାନ୍‌ଗାର୍ଡ ଶ୍ରେଣୀର ଏହି ବୁଡାଜାହାଜରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଖଞ୍ଜାଯାଇଥିବାବେଳେ ସେଥିରେ ୧୪୦ ଜଣ ନାବିକ କାର୍ଯ୍ୟରତ ଥିଲେ । ସେମାନଙ୍କୁ ସୁରକ୍ଷିତଭାବେ ଉଦ୍ଧାର କରିବାକୁ ବର୍ତ୍ତମାନ ଉଦ୍ୟମ କରାଯାଉଛି ।

ତେବେ ନିରାପତ୍ତା କାରଣରୁ ଆଟ୍‌ଲାଣ୍ଟିକ୍ ମହାସାଗରର କେଉଁ ଅଞ୍ଚଳରେ ଏବଂ କେତେ ଗଭୀରରେ ବୁଡାଜାହାଜଟି ବୁଡିଛି, ତାହାକୁ ସାର୍ବଜନୀନ କରାଯାଇନାହିଁ । ଏହାସତ୍ତ୍ୱେ ବୁଡାଜାହାଜଟି ମହାସାଗରର ଯେଉଁ ଗଭୀରତାରେ ରହିଛି, ସେଠାରୁ କାର୍ଯ୍ୟକ୍ଷମ ହୋଇପାରିବ ବୋଲି ନୌବାହିନୀ ଇଞ୍ଜିନିୟରମାନେ କହିଛନ୍ତି । ବୁଡାଜାହାଜଟି ପାଟ୍ରୋଲିଂ କରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking