29.1 C
Bhubaneswar
Saturday, June 21, 2025
Homeଦେଶ ବିଦେଶକୋଭିଶିଲ୍ଡ ଓ କୋଭାକ୍ସିନ୍ ନେଇଥିବା ବୟସ୍କ ଲୋକଙ୍କୁ ଦିଆଯିବ କର୍ବିଭାକ୍ସର ବୁଷ୍ଟର ଡୋଜ୍

କୋଭିଶିଲ୍ଡ ଓ କୋଭାକ୍ସିନ୍ ନେଇଥିବା ବୟସ୍କ ଲୋକଙ୍କୁ ଦିଆଯିବ କର୍ବିଭାକ୍ସର ବୁଷ୍ଟର ଡୋଜ୍

ନୂଆଦିଲ୍ଲୀ: ବାୟୋଲୋଜିକାଲ ଇ-ଲିମିଟେଡ୍‌ର କର୍ବିଭାକ୍ସ ବୁଷ୍ଟର ଡୋଜ୍‌କୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ସରକାର। ଏହି ବୁଷ୍ଟର ଡୋଜ୍‌ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯିବ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ବାୟୋଲୋଜିକାଲ ଇ-ପକ୍ଷରୁ ବିକଶିତ କର୍ବିଭାକ୍ସ ଟୀକାକୁ ସତର୍କତାମୂଳକ ଡୋଜ୍‌ ଭାବରେ ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଦିଆଯିବାକୁ ଅନୁମତି ମିଳିଛି। ଯେଉଁମାନେ ପ୍ରଥମ ଦୁଇଟି ଡୋଜ୍ କୋଭିଶିଲ୍ଡ କିମ୍ବା କୋଭିଭାକ୍ସ ନେଇଛନ୍ତି ସେମାନେ ଏହାକୁ ନେଇ ପାରିବେ। ସୁତ୍ରରୁ ଜଣାପଡିଛି ଯେ, ଏହି ଅନୁମତି ଜାତୀୟ ବୈଷୟିକ ପରାମର୍ଶଦାତା ଗୋଷ୍ଠୀ(ଏନ୍‌ଟିଏଜିଆଇ)ର କୋଭିଡ୍-୧୯ କାର୍ଯ୍ୟ ସମୁହ ପକ୍ଷରୁ ଗତ ସପ୍ତାହରେ କରାଯାଇଥିବା ସୁପାରିଶ ଉପରେ ଆଧାରିତ।

କର୍ବିଭାକ୍ସ ହେଉଛି ଦେଶର ପ୍ରଥମ ଟୀକା, ଯାହାକି ପ୍ରଥମ ଓ ଦ୍ବିତୀୟ ଡୋଜ୍‌ ଭାବରେ ଦିଆଯାଇଥିବା ଟିକାଠାରୁ ଅଲଗା ସତର୍କତାମୂଳକ ଡୋଜ୍ ଭାବରେ ଦିଆଯିବ। ଅର୍ଥାତ ଯେଉଁ ବ୍ୟକ୍ତି କୋଭିଭାକ୍ସ କିମ୍ବା କୋଭିଶିଲ୍ଡ ଭିତରୁ କୌଣସି ଟିକା ନେଇଛନ୍ତି ସେମାନେ କର୍ବିଭାକ୍ସର ବୁଷ୍ଟର ଡୋଜ୍‌କୁ ଲଗାଇ ପାରିବେ। ଉଲ୍ଲେଖନୀୟ ଯେ, ଭାରତର ପ୍ରଥମ ସ୍ବଦେଶୀ ଆରବିଡି ପ୍ରୋଟିନ୍ ସବୟୁନିଟ୍‌ ଟିକା କର୍ବିଭାକ୍ସର ବ୍ୟବହାର ବର୍ତ୍ତମାନ ସମୟରେ କୋଭିଡ୍‌-୧୯ ଟିକାକରଣ କାର୍ଯ୍ୟକ୍ରମ ଅନୁସାରେ,୧୨ ରୁ ୧୪ ବର୍ଷ ବୟସର ପିଲାଙ୍କୁ ଦିଆଯାଉଛି। ଉଲ୍ଲେଖନୀୟ ଯେ, ଭାରତର ଡ୍ରଗ୍ସ କନଟ୍ରୋଲୋର ଜେନେରାଲ(ଜିସିଜିଆଇ) ୪ ଜୁନ୍‌ରେ ତୃତୀୟ ଡୋଜ୍‌ ଭାବରେ କର୍ବିଭାକ୍ସକୁ ୧୮ କିମ୍ବା ଏହାଠାରୁ ଅଧିକ ବୟସ୍କର ଲୋକଙ୍କୁ ଲଗାଇବାର ଅନୁମତି ଦେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking