28.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶଅବସର ଘୋଷଣା କଲେ ଟେନିସ ଖେଳାଳି ସେରେନା ଓ୍ଵିଲିୟମସ୍‌, ୟୁଏସ୍‌ ଓପନରେ ଖେଳିବେ ଶେଷ ମ୍ୟାଚ୍‌

ଅବସର ଘୋଷଣା କଲେ ଟେନିସ ଖେଳାଳି ସେରେନା ଓ୍ଵିଲିୟମସ୍‌, ୟୁଏସ୍‌ ଓପନରେ ଖେଳିବେ ଶେଷ ମ୍ୟାଚ୍‌

ଆମେରିକା: ଆମେରିକାର ଷ୍ଟାର ଟେନିସ ଖେଳାଳି ସେରେନା ୱିଲିୟମସ ନିଜ ଅବସର ନେଇ ଘୋଷଣା କରିଛନ୍ତି । ୨୩ଟି ଗ୍ରାଣ୍ଡ ସ୍ଲାମ ଟାଇଟଲ ଜିତିବା ପରେ ଟେନିସ ଦୁନିଆରୁ ବିଦାୟ ନେଇଛନ୍ତି। ୪୦ ବର୍ଷୀୟ ଏହି ଟେନିସ ଷ୍ଟାର ଖେଳାଳି ଇଷ୍ଟାଗ୍ରାମରେ ଏକ ଲେଖା ଲେଖି କହିଛନ୍ତି ‘ଜୀବନର ଗୋଟିଏ ସମୟରେ ଏପରି ଆସିଥାଏ ଯେତେବେଳେ ଆମକୁ ଏକ ଅଲଗା ଦିଗରେ ଆଗକୁ ବଢିବା ପାଇଁ ନିଷ୍ପତ୍ତି ନେବାକୁ ପଡିଥାଏ ।

ଟେନିସ ଷ୍ଟାର ସେରେନା ୱିଲିୟମସ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଲେଖିଛନ୍ତି, ମୋତେ ରିଟାୟରମେଣ୍ଟ ଶବ୍ଦ କେବେ ବି ପସନ୍ଦ ନୁହେଁ। ଏହା ମୋତେ ଆଧୁନିକ ଶବ୍ଦ ପରି ଲାଗେ ନାହିଁ। ଜୀବନରେ ଏପରି ଏକ ସମୟ ଆସିଥାଏ ଯେତେବେଳେ ଏକ ଅଲଗା ରାସ୍ତାରେ ବଢିବା ପାଇଁ ନିଷ୍ପତ୍ତି ନେବାକୁ ପଡିଥାଏ। ମୁଁ ଫ୍ୟାମିଲିକୁ ଆଗକୁ ବଢାଇବାକୁ ଚାହୁଁଛି। କୌଣସି ଜିନିଷକୁ ଆପଣ ଭଲପାଉଥିବେ, ଆଉ ତାକୁ ଛାଡିବା ସର୍ବଦା କଠିନ ସମୟ ହୋଇଥାଏ। ମୁଁ ଆସନ୍ତା କିଛି ସପ୍ତାହର ଆନନ୍ଦ ହେବାକୁ ଯାଉଛି’।

ମହିଳା ଟେସିନର ମହାନ ଖେଳାଳି ସେରେନା ୱିଲିୟମସ ୟୁଏସ ଓପନରେ ଚମତ୍କାର ପ୍ରଦର୍ଶନ କରି ଓପନ କ୍ୟାରିୟରରେ ମୋଟ ୬ଟି ଟାଇଟଲ ଜିତିଥିଲେ। ସେ ୧୯୯୯, ୨୦୦୨, ୨୦୦୮, ୨୦୧୨, ୨୦୧୩ ଏବଂ ୨୦୧୪ରେ ୟୁଏସ ଓପନ ଟାଇଟଲ ଜିତିଥିଲେ । ଅନ୍ୟପଟେ ସେ ୨୩ ଥର ଗ୍ରାଣ୍ଡସ୍ଲାମ ଜିତିସାରିଛନ୍ତି ।

ସୂଚନାଯୋଗ୍ୟ, ୪୦ ବର୍ଷୀୟ ସେରେନା ସୋମବାର ଦିନ ଏକ ମ୍ୟାଚ ଟୋରଣ୍ଟୋ ଓପନରେ ଖେଳିଥିଲେ। ସେଠାରେ ସ୍ପେନର ନୁରିୟା ପରିଜାସ୍‌ ଡିୟାଜକୁ ହରାଇଥିଲେ। ସେରେନା ଏହି ମ୍ୟାଚ୍‌ ପରେ ଭୋଗ୍‌ ପାଇଁ ଏକ କଲମ୍‌ ଲେଖିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking