ପାଟଣା : ବିହାରର ଛପରାସ୍ଥିତ ମଦ୍ରାସାରେ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ଜଣେ ଶିଶୁ ଆହତ ହୋଇଛି । ସେହିପରି ଜଣେ ମୌଲାନାଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ହେଲେ ଇମାମୁଦ୍ଦୀନ । ସୂଚନା ଅନୁଯାଇ, ଛପରାର ମୋତୀରାଜପୁର ମଦ୍ରାସା ପଛପଟରେ କିଛି ଜିନିଷ ପଡ଼ିଥିଲା । ମୌଲାନା ଇମାମୁଦ୍ଦୀନଙ୍କୁ ଯେତେବେଳେ ଏହାକୁ ବୋମା ବୋଲି ସନ୍ଦେହ ହୋଇଥିଲା, ସେ ଏହାକୁ ଫିଙ୍ଗିବାକୁ ଯାଉଥିଲେ । ଏହି ସମୟରେ ବୋମା ବିସ୍ଫୋରଣ ହୋଇଥିଲା । ତେବେ ବୋମା ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଜଣେ ଶିଶୁ ମଧ୍ୟ ଆହତ ହୋଇଛନ୍ତି । ଆହତ ଶିଶୁକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୁଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଛି । ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି ।