20.1 C
Bhubaneswar
Thursday, January 16, 2025
Homeଦେଶ ବିଦେଶକର୍କଟ ରୋଗାକ୍ରାନ୍ତଙ୍କ ପାଇଁ ଆଶା ସଞ୍ଚାର କରିଛି ୯ ବର୍ଷୀୟ ବାଳିକା

କର୍କଟ ରୋଗାକ୍ରାନ୍ତଙ୍କ ପାଇଁ ଆଶା ସଞ୍ଚାର କରିଛି ୯ ବର୍ଷୀୟ ବାଳିକା

ନୂଆଦିଲ୍ଲୀ: ଆମେରିକାର ଗବେଷକମାନେ ବିକଶିତ କରିଥିବା ନୂଆ ଔଷଧ କର୍କଟ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ମନରେ ଆଶା ସଞ୍ଚାର କରିଛି ବୋଲି ‘ନ୍ୟୁୟର୍କ ପୋଷ୍ଟ୍‌’ ରିପୋର୍ଟ କରିଛି।‘ଏଓଏଚ୍‌୧୯୯୬’ ନାମକ ଏହି ବଟିକା (ପିଲ୍‌ ବା ଟ୍ୟାବ୍‌ଲେଟ୍‌) ଟାଣ ହୋଇଯାଇଥିବା ସମସ୍ତ ‘କ୍ୟାନ୍‌ସର୍‌ ଟ୍ୟୁମର୍‌’କୁ ନଷ୍ଟ କରିଦେଉଥିବା ପରି ମନେହେଉଛି ବୋଲି ମଧ୍ୟ ବିଶେଷଜ୍ଞମାନେ କହୁଛନ୍ତି।ଉଲ୍ଲେଖଯୋଗ୍ୟ, ୨୦୦୫ରେ ‘ନ୍ୟୁରୋବ୍ଲାଷ୍ଟୋମା’ ନାମକ କର୍କଟ‌ ରୋଗରେ ଆକ୍ରାନ୍ତ ହୋଇ ଜୀବନ ହରାଇଥିବା ୯ ବର୍ଷୀୟ ବାଳିକା ଆନ୍ନା ଅଲିଭିଆ ହେଲିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ଔଷଧର ଏପରି ନାମକରଣ କରାଯାଇଛି। ୧୯୯୬ରେ ଇଣ୍ଡିଆନାରେ ତା’ର ଜନ୍ମ ହୋଇଥିଲା।ଆମେରିକାରେ ବର୍ଷକୁ ୬୦୦ ପିଲା ଏହି ପ୍ରକାରର କର୍କଟ ରୋଗରେ ପୀଡ଼ିତ ହୋଇଥାଆନ୍ତି। ‘ଆମେରିକାନ୍‌ କ୍ୟାନ୍‌ସର୍‌ ସୋସାଇଟି’ ମତରେ, ସ୍ନାୟୁ କୋଷିକାରେ ଅତି ପ୍ରାରମ୍ଭିକ ସମୟରୁ ‘ନ୍ୟୁରୋବ୍ଲାଷ୍ଟୋମା’ ସୃଷ୍ଟି ହୋଇଥାଏ। ତେଣୁ, ଭ୍ରୂଣରେ ବି ଏହାକୁ ଚିହ୍ନଟ କରିହୁଏ।ବୈଜ୍ଞାନିକମାନ‌େ କହିଛନ୍ତି ଯେ, କାଲିଫର୍ଣ୍ଣିଆସ୍ଥିତ ‘ସିଟି ଅଫ୍‌ ହୋପ୍‌ ହସ୍ପିଟାଲ୍‌’ରେ ଏହି ଔଷଧର ବ୍ୟବହାରିକ ପରୀକ୍ଷଣ କରାଯାଇଛି। ଦୁଇ ଦଶନ୍ଧି ଗବେଷଣା ପରେ ‘ଏଓଏଚ୍‌୧୯୯୬’ ପ୍ରସ୍ତୁତ କରାଯାଇଛି। ‘କର୍କଟ ରୋଗାକ୍ରାନ୍ତ ଟ୍ୟୁମର୍‌’କୁ ତିଷ୍ଠି ରହିବାରେ ସାହାଯ୍ୟ କରୁଥିବା ରୂପାନ୍ତରିତ ‘ପିସିଏନ୍‌ଏ’କୁ ଏହି ଔଷଧ ନଷ୍ଟ କରିଦେଉଛି। ‘ପିସିଏନ୍‌ଏ’ କ୍ୟାନ୍‌ସର୍‌ ସେଲ୍‌ ମଧ୍ୟରେ ରହିଥାଏ।‘ଏଓଏଚ୍‌୧୯୯୬’ ‘କ୍ୟାନ୍‌ସର୍‌ ସେଲ୍‌’ ନଷ୍ଟ କରିପାରୁଥିବାରୁ ଦିନେ ଏହା ସ୍ତନ, ପ୍ରୋସ୍‌ଟେଟ୍‌, ମସ୍ତିଷ୍କ, ଜରାୟୁ, ସର୍ଭିକାଲ୍‌, ଚର୍ମ ଓ ଫୁସ୍‌ଫୁସ୍‌ କର୍କଟ ରୋଗ କ୍ଷେତ୍ରରେ ପ୍ରୟୋଗ କରାଯାଇ ପାରିବ ବୋଲି ବୈଜ୍ଞାନିକମାନେ କହୁଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking