30.1 C
Bhubaneswar
Sunday, June 16, 2024
Homeଅପରାଧ୧୦ ବର୍ଷର ନାବାଳିକାକୁ ଦୁଷ୍କର୍ମ କଲା ୭୦ ବର୍ଷିୟ ବୃଦ୍ଧ

୧୦ ବର୍ଷର ନାବାଳିକାକୁ ଦୁଷ୍କର୍ମ କଲା ୭୦ ବର୍ଷିୟ ବୃଦ୍ଧ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଲଜ୍ଜା । ଚକୋଲେଟ ଦେଇ ୧୦ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ନାବାଳିକାକୁ ଦୁଷ୍କର୍ମ କଲା ୭୦ ବର୍ଷିୟ ବୃଦ୍ଧ । ଏନେଇ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ସାମ୍ବଲ ଜିଲ୍ଲାର ନାଖାସା ଅଞ୍ଚଳରେ । ଅଭିଯୁକ୍ତ ଜଣଙ୍କ ହେଉଛି ମୋନିସ ଖାନ । ସୂଚନା ଅନୁଯାୟୀ, ପୀଡିତା ନାବାଳିକା ଜଣଙ୍କ ତୃତୀୟ ଶ୍ରେଣୀରେ ପାଠ ପଢନ୍ତି । ସେ ଏକ ଦୋକାନକୁ ଚକୋଲେଟ କିଣିବାକୁ ଯାଇଥିଲେ । ଏହି ସମୟରେ ଅଭିଯୁକ୍ତ ମୋନିସ ଖାନ ନାବାଳିକାକୁ ପାଖକୁ ଡାକିଥିଲେ । ପୂର୍ବରୁ ଅଭିଯୁକ୍ତର ଦୋକାନକୁ ପୀଡିତଙ୍କ ମାଆ ବହୁବାର ଆସିଥିବାରୁ ନାବାଳିକା ଜଣଙ୍କ ବୃଦ୍ଧ ନିକଟକୁ ଯାଇଥିଲେ ।

ଏହାପରେ ଅଭିଯୁକ୍ତ ବୃଦ୍ଧ ଜଣଙ୍କ ନାବାଳିକାଙ୍କୁ ଚକୋଲେଟ ଦେଇ ଘର ଭିତରୁ ନେଇଯାଇ ଦୁଷ୍କର୍ମ କରିଥିଲା । ଏହି ସମୟରେ ବୃଦ୍ଧ ଜଣଙ୍କୁ ସ୍ଥାନୀୟ ଜଣେ ବାସିନ୍ଦା ରେଡ ହ୍ୟାଣ୍ଡରେ ଧରିବା ପରେ ଘଟଣା ସମ୍ପର୍କରେ ସମସ୍ତଙ୍କୁ କହିଥିଲେ । ପରେ ଅଭିଯୁକ୍ତକୁ ପୋଲିସର ଜିମା ଦେଇଥିଲେ । ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ପୀଡ଼ିତା ବାପାଙ୍କ ଅଭିଯୋଗ ପରେ ପୋକ୍ସ ଆକ୍ଟ ସହିତ ଆଇପିସି ଧାରା ୩୭୬ଇଈ ଅନୁଯାୟୀ ଅଭିଯୁକ୍ତ ବିରୋଧରେ ଏକ ମାମାଲା ରୁଜୁ କରାଯାଇଛି । ପଚରାଉଚରା ପରେ ଅଭିଯୁକ୍ତ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଗତ ଅଗଷ୍ଟ ୧୩ ତାରିଖରେ ହ୍ରାଇଦ୍ରାବାଦରେ ଜଣେ ୭ ବର୍ଷିୟ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଖବର ସାମ୍ନାକୁ ଆସିଥିଲା । ପେଟବାସ୍ରାବାଦ ଅଞ୍ଚଳରୁ ଏଭଳି ସଙ୍ଗୀନ ଅଭିଯୋଗ ଆସିଥିବା ଦୁଷ୍କର୍ମକାରୀ ବାପା ପୁଅଙ୍କୁ ଗିରଫ କରିଥିଲା ପୋଲିସ । ଅଭିଯୁକ୍ତ ଶିବ କୁମାର ପରିବାର ସହ କର୍ଣ୍ଣାଟକରୁ ଆସି ହାଇଦ୍ରାବାଦର କୋମାପଲ୍ଲୀ ଅଞ୍ଚଳରେ ରହୁଥିଲା । ପଡ଼ୋଶୀ ଘରେ ରହୁଥିବା ଜଣେ ୭ ବର୍ଷିୟା ନାବାଳିକା ବିଭିନ୍ନ ସମୟରେ ଶିବ କୁମାର ଘରକୁ ଯାତାୟତ କରୁଥିଲା । ଅଗଷ୍ଟ ୧୨ ତାରିଖ ଦିନ ନାବାଳିକାର ପରିବାର ଲୋକେ କାମ କରିବା ପାଇଁ ପାଖ ବାହାଦୁରପଲ୍ଲୀ ଯାଇଥିବା ସମୟରେ ଏହାର ସୁଯୋଗ ନେଇ ପୀଡିତା ଜଣକୁ ମୋବାଇଲ ଏବଂ ସିଙ୍ଗଡା ଖାଇବା ଦେବା ବାହାନାରେ ଘରକୁ ଡାକିଥିଲା ଅଭିଯୁକ୍ତ । ଏହାପରେ ଦୁଷ୍କର୍ମ କରିଥିବା ପରେ ତାର ୧୯ ବର୍ଷିୟ ପୁଅ ସ୍ୟାମେଲ୍ ମଧ୍ୟ ଦୁଷ୍କର୍ମ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking