30.1 C
Bhubaneswar
Sunday, June 16, 2024
Homeଅପରାଧଗଣଦୁର୍ଷ୍କମ ଓ ହତ୍ୟା ମାମଲାରେ ଦୋଷୀଙ୍କୁ ମୃତ୍ୟୁ ଦଣ୍ଡ

ଗଣଦୁର୍ଷ୍କମ ଓ ହତ୍ୟା ମାମଲାରେ ଦୋଷୀଙ୍କୁ ମୃତ୍ୟୁ ଦଣ୍ଡ

ନୂଆଦିଲ୍ଲୀ: ଏକ ଗଣଦୁର୍ଷ୍କମ ଓ ହତ୍ୟା ମାମଲାର ରାୟ ଶୁଣାଇ ଦୋଷୀଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ୨୦୧୫ରେ ରାଜଧାନୀ ଦିଲ୍ଲୀରେ ଜଣେ ମହିଳାଙ୍କ ସହ ଗଣଦୁର୍ଷ୍କମ ସହ ତାଙ୍କ ୨ ସନ୍ତାନଙ୍କୁ ହତ୍ୟା କରିଥିଲେ ୩ ଅଭିଯୁକ୍ତ । ଏହାପରେ ଘରୁ ଚୋରି କରି ଫେରାର ହୋଇଥିଲେ ଅଭିଯୁକ୍ତ । ଏହି ୨ ଅଭିଯୁକ୍ତଙ୍କୁ ଆଜି ଦୋଷୀ ସାବ୍ୟସ୍ତ କରିବା ସହ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି ଦିଲ୍ଲୀ ହାଇକୋର୍ଟ । ସୂଚନା ଅନୁଯାୟୀ, ଦିଲ୍ଲୀର ଖ୍ୟାଲା ଥାନା ଅଞ୍ଚଳରେ ୨୦୧୫ ସେପ୍େଟମ୍ୱର ୧୯ରେ ରାଜଧାନୀ ଦିଲ୍ଲୀର ଖ୍ୟାଲା ଥାନା ଅଞ୍ଚଳରେ ଘଟିଥିଲା ଅଭାବନୀୟ ଘଟଣା । ଜଣେ ମହିଳାଙ୍କ ସହ ୩ ଜଣ ଗଣଦୁର୍ଷ୍କମ କରିବା ସହ ଅତି ବିଭତ୍ସ ଭାବେ ହତ୍ୟା କରିଥିଲେ ।

ଏହାପରେ ତାଙ୍କର ୭ବର୍ଷୀୟ ପୁଅ ଓ ୬ ବର୍ଷୀୟା ଝିଅଙ୍କୁ ମଧ୍ୟ ହତ୍ୟା କରିଥିଲେ । ଦୁର୍ଷ୍କମ ଓ ହତ୍ୟା ପରେ ଘରୁ ଚୋରି କରି ଫେରାର ହୋଇଯାଇଥିଲା ଅଭିଯୁକ୍ତମାନେ । ଏନେଇ ମୃତକଙ୍କ ସ୍ୱାମୀଙ୍କ ଥାନାରେ ଲିଖିତ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଘଟଣାରେ ସମ୍ପୃକ୍ତ ୩ ଜଣଙ୍କ ସମେତ ଜଣେ ନାବାଳକ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟରେ ହାଜର କରିଥିଲା । ତିସ ହଜାରିର ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ୍ କୋର୍ଟର ବିଚାରପତି ଆଞ୍ଚଲ ମାମଲାର ଶୁଣାଣି କରିଛନ୍ତି । ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତ ସାହିଦ, ଅକ୍ରମ ଓ ରଫତ୍ ଅଲି ବା ମଞ୍ଜୁର ଅଲ୍ଲିଙ୍କୁ ଧାରା ୩୦୨(ହତ୍ୟା) ଓ ୧୨୦ ବି(ଅପରାଧିକ କାର୍ଯ୍ୟକଳାପ) ଆଧାରରେ ମୃତ୍ୟୁ ଦଣ୍ଡ ଶୁଣାଇଛନ୍ତି ସ୍ୱତନ୍ତ୍ର କୋର୍ଟ ।

ଆଉ ଜରିମାନା ବାବଦରେ ସମସ୍ତ ଦୋଷୀଙ୍କୁ ୩୫ହଜାର ଟଙ୍କା ଲେଖାଏଁ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ନାବାଳକ ଅଭିଯୁକ୍ତର ଶୁଣାଣି ଜୁଭେଲାଇନ କୋର୍ଟରେ ହୋଇଛି । ତେବେ ଶୁଣାଣି ବେଳେ କୋର୍ଟ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଜାଣିବାକୁ ପାଇଥିଲେ । ହତ୍ୟା ପରେ ଯୋଜନାବଦ୍ଧ ଭାବେ ତଥ୍ୟ ପ୍ରମାଣ ନଷ୍ଟ କରିବାକୁ ଅଭିଯୁକ୍ତମାନେ ପ୍ରୟାସ କରିଥିଲେ । ସମସ୍ତ କଲ ରେକର୍ଡ ଓ ପାରିପାର୍ଶ୍ୱିକ ପ୍ରମାଣକୁ ଦେଖି ରାୟ ଶୁଣାଇଥିଲେ କୋର୍ଟ । ରାଫତ ଅଲ୍ଲି ସେପ୍େଟମ୍ବର ୨୧, ୨୦୧୫ରେ ସକାଳ ୧୦ଟା ସୁଦ୍ଧା ଦିଲ୍ଲୀ ଛାଡ଼ିଥିବା ବେଳେ ସେହି ଦିନ ରାତି ୧୦.୨୯ ସମୟରେ ସାହିଦ ଆନନ୍ଦ ବିହାର ଛାଡିଥିଲା । ଏହାପରେ ୨୨ ସେପ୍େଟମ୍ୱର ସକାଳ ୧୦.୩୪ରେ ଆଲିଗଡ଼ରେ ଭେଟ ହୋଇଥିଲେ ରାଫତ ଓ ସାହିଦ । ଏହାପରେ ନାବାଳକ ଅଭିଯୁକ୍ତ ଓ ଆକ୍ରମ ମଧ୍ୟ ପରସ୍ପର ମଧ୍ୟରେ ଯୋଗାଯୋଗ କରି ଦିଲ୍ଲୀ ଛାଡ଼ିଥିଲେ । ୨୩ ସେପ୍େଟମ୍ୱର ୨୦୧୫ରେ ଆଲିଗଡ଼ରେ ଅଭିଯୁକ୍ତମାନେ ଭେଟିଥିଲେ । ସେଠାରେ ହତ୍ୟାକାଣ୍ଡରେ ବ୍ୟବହୃତ ସ୍କ୍ୟୁ-ଡ୍ରାଇଭର ଓ ପିନ୍ଧିଥିବା ପୋଷାକ ସେଠାରେ ନଷ୍ଟ କରିଥିଲେ । ଏହାପରେ ଚମ୍ପଟ ମାରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking