30.1 C
Bhubaneswar
Sunday, June 16, 2024
Homeଅପରାଧପଞ୍ଝା ଲଢ଼େଇରେ ହାରିଯିବାରୁ ବହିଲା ରକ୍ତର ନଦୀ; ସାଙ୍ଗ ନେଲା ସାଙ୍ଗର ଜୀବନ

ପଞ୍ଝା ଲଢ଼େଇରେ ହାରିଯିବାରୁ ବହିଲା ରକ୍ତର ନଦୀ; ସାଙ୍ଗ ନେଲା ସାଙ୍ଗର ଜୀବନ

ଫୁଲବାଣୀ: ଖେଳ ଖେଳରୁ ମହାଭାରତ । ପଞ୍ଝା ଲଢ଼େଇରୁ ହତ୍ୟାକାଣ୍ଡ । ପଞ୍ଝା ଲଢ଼େଇରେ ହାରିଯିବାରୁ ବହିଲା ରକ୍ତର ନଦୀ । ସଇତାନ ପାଲଟିଗଲା ସାଙ୍ଗ । ନିଶାସକ୍ତ ଅବସ୍ଥାରେ କାଠ ଫାଳିଆରେ ପିଟିପିଟି ସାଙ୍ଗର ଜୀବନ ନେଲା ସାଙ୍ଗ । ଏଭଳି ହତ୍ୟାକାଣ୍ଡ ଘଟିଛି କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା କଟ୍ରିଙ୍ଗିଆ ପଞ୍ଚାୟତର ବଗାଲି ଗ୍ରାମରେ । ମୃତକ ଜଣଙ୍କ ହେଉଛନ୍ତି ମନୋଜ କହଁର । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ପାର୍ôଥବ କହଁରକୁ ଗିରଫ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ଗୁରୁବାର ସକାଳ ସମୟରେ ମୃତ ମନୋଜଙ୍କୁ ତାଙ୍କ ସାଙ୍ଗ ମହେଶ୍ୱର କହଁର ଦୋକାନକୁ ଯିବା ପାଇଁ ଘରୁ ଡାକି ନେଇଥିଲେ ।

ଏହାପରେ ମନୋଜ ଆଉ ଘରକୁ ଫେରି ନଥିଲେ । ସନ୍ଧ୍ୟା ହେବାରୁ ଘର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ, କିନ୍ତୁ ମନୋଜଙ୍କର ପତ୍ତା ପାଇ ପାରିନଥିଲେ । ଶୁକ୍ରବାର ସକାଳୁ ଗ୍ରାମର ଜଣେ ବ୍ୟକ୍ତି ମନୋଜ ତାର ସାଙ୍ଗ ମହେଶ୍ୱର ଘରେ କ୍ଷତାକ୍ତ ଅବସ୍ଥାରେ ପଡିଥିବା ଖବର ଦେଇଥିଲେ । ଖବର ପାଇ ମନୋଜଙ୍କ ପରିବାର ଲୋକେ ମହେଶ୍ୱର ଘରେ ପହଞ୍ଚିବା ବେଳକୁ ପୁଅକୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଦେଖିବାକୁ ପାଇଥିଲେ । ଏହାପରେ ମୃତ ମନୋଜଙ୍କ ବାପା ପୁଅକୁ ହତ୍ୟା କରାଯାଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଏକ ମାମଲା ରୁଜୁ କରିବା ପରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍‌ଯବଚ୍ଛେଦ ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ପଠାଇଥିଲା ।

ଥାନା ଅଧିକାରୀ ପ୍ରଭାତ କୁମାର ବେହେରା ଏକ ନେତୃତ୍ୱରେ ଟିମ୍ ଗଠନ କରାଯାଇ ହତ୍ୟାଘଟଣାର ତଦନ୍ତ କରାଯାଇଥିଲା । ବଗାଲି ଗ୍ରାମର ଦୁଇଜଣ ଯୁବକ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ସୁରାଗ ପାଇବା ପରେ ପୋଲିସ ଅଭିଯୁକ୍ତ ପାର୍ôଥବ କହଁର ଓ ଅନ୍ୟ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଥିଲା । ଘଟଣାର ସତ୍ୟାସତ୍ୟ ଜଣାପଡ଼ିବା ପରେ ପୋଲିସ ପାର୍ôଥବ କହଁରକୁ ଗିରଫ କରି କୋର୍ଟଚାଲାଣ କରିଛି । ପୋଲିସର ସୂଚନା ମୁତାବକ, ମୃତ ମନୋଜ କହଁର ତାର ସାଙ୍ଗ ମହେଶ୍ୱର ସାଙ୍ଗରେ ପାର୍ôଥବ ଘରକୁ ଯାଇଥିଲେ । ସନ୍ଧ୍ୟା ସମୟର ତିନିଜଣ ମିଶି ମଦ ପିଇଥିଲେ । ମଦ ନିଶାରେ ପାର୍ôଥବ ଓ ମନୋଜଙ୍କ ମଧ୍ୟରେ ପଞ୍ଜା ଲଢ଼େଇ ହୋଇଥିଲା । ପଞ୍ଜା ଲଢ଼େଇରେ ପାର୍ôଥବ ହାରିଯିବାକୁ ଏହାକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ଅତିଷ୍ଠ ହୋଇ ନିଶାସକ୍ତ ଅବସ୍ଥାରେ ପାର୍ôଥବ ପାଖରେ ଥିବା ଏକ କାଠ ଫାଳିଆରେ ମନୋଜକୁ ପିଟିପିଟି ହତ୍ୟା କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking