ଭୁବନେଶ୍ୱର: ଡରାଇଲାଣି ଡେଙ୍ଗୁ , ଏବର୍ଷ ମଧ୍ୟ ଡେଙ୍ଗୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଜୁଲାଇରୁ ସେପ୍ଟେମ୍ବର ମାସରେ ଏହା ବଢିବାରେ ଆମେ ଜାଣିଛେ । ଏନେଇ ଆଜି ସକାଳେ କ୍ୟାପିଟାଲ ହସ୍ପିଟାଲରେ ଜଣେ୧୯ ବଷ ର୍ଯୁବକ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଯୁବକଙ୍କ ନାଁ ଦେବିଦତ୍ତ ପ୍ରଧାନ । ସେ ନିଳାଦ୍ରୀବିହାର ଲକ ହଷ୍ଟେଲରେ ରହୁଥିବା ଜଣାପଡିଛି । ବର୍ତ୍ତମାନ ରାଜଧାନୀରେ କାୟା ମେଲାଇଲାଣି ଡେଙ୍ଗୁ । ଧିରେ ଧିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯଦି ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦେବ ତେବେ ଏହା ଆହୁରୀ ଭୟଙ୍କର ହେବବୋଲି ଆଶା କରାଯାଉଛି । ବର୍ତ୍ତମାନ ମୋଟ ୧୬ ଜିଲ୍ଲାରୁ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାର ୯୬ ଜଣ ପଜିଟିଭ ଓ ଯାଜପୁର ରେ ୧୨ ଜଣ, ବାଲେଶ୍ୱରରେ ୧୦ ଏବଂ ଅନ୍ୟାନ୍ୟ ଜିଲ୍ଲାରୁ ଜଣେ ଲେଖାଏଁ ମିଶାଇ ସମୁଦାୟ ୧୮୫ ଜଣ ପଜେଟିଭ ଚିହ୍ନଟ ହୋଇଛନ୍ତି ।