27.1 C
Bhubaneswar
Wednesday, June 18, 2025
Homeଓଡିଶାରାସୋଳକୁ ଏନଏସି ଘୋଷଣା ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳନ

ରାସୋଳକୁ ଏନଏସି ଘୋଷଣା ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳନ

ଢେଙ୍କାନାଳ : ଏନଏସି ଘୋଷଣା ଦାବିରେ ତେଜୁଛି ପ୍ରତିବାଦ । ବିଭିନ୍ନ ସ୍ଥାନରେ ବନ୍ଦ ପାଳନ କରାଯାଉଛି । ଏହି କ୍ରମରେ ଗୁରୁବାର ଢେଙ୍କାନାଳ ଜିଲ୍ଲା ରାସୋଳକୁ ଏନଏସି ଘୋଷଣା ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ରାସୋଳ ବିକାଶ ପରିଷଦ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ଏହି ବନ୍ଦ ପାଳନ କରାଯାଉଛି। ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନ, ଗାଡି ଚଳାଚଳ ବନ୍ଦ ରହିଛି। ଫଳରେ ଯାତାୟତ ସମ୍ପୂର୍ଣ୍ଣ ରୂପେ ଠପ୍ ହୋଇଯାଇଛି। ୨୦୧୪ ମସିହାରୁ ରାସୋଳକୁ ଏନଏସି ମାନ୍ୟତା ନେଇ ଦାବି ହୋଇଆସୁଛି। ହେଲେ ଏପର୍ୟ୍ୟନ୍ତ କୌଣସି ସୁଫଳ ମିଳିନି । ତେଣୁ ଏହାର ପ୍ରତିବାଦରେ ଗୁରୁବାର ବନ୍ଦ ପାଳନ କରାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking