29.1 C
Bhubaneswar
Saturday, July 27, 2024
Homeଓଡିଶାରାଜ୍ୟରେ ପୁଣି ପାରଦ ଉପର ମୁହାଁ ହେବ

ରାଜ୍ୟରେ ପୁଣି ପାରଦ ଉପର ମୁହାଁ ହେବ

ଭୁବନେଶ୍ୱର : କିଛି ଦିନର ବ୍ୟବଧାନ ପରେ ରାଜ୍ୟରେ ପୁଣି ପାରଦ ଉପର ମୁହାଁ ହେବ। ପ୍ରଥମେ ଉପକୂଳ ଓଡ଼ିଶା, ପରେ ଅନ୍ୟସ୍ଥାନମାନଙ୍କର ତାପମାତ୍ରା ବଢ଼ିବ। ଅନ୍ୟପଟେ ମଝିରେ ଅର୍ଥାତ ମାର୍ଚ୍ଚ ୪ ଓ ୫ ରେ କିଛି ସ୍ଥାନରେ ବର୍ଷା ଓ ମେଘୁଆ ପାଗ ଯୋଗୁଁ ତାପମାତ୍ରା ସାମାନ୍ୟ ହ୍ରାସ ପାଇପାରେ ବୋଲି ପାଣିପାଗ ବିଜ୍ଞାନୀମାନେ ଆକଳନ କରିଛନ୍ତି। ଉପକୂଳ ଓଡ଼ିଶାରେ ଗୁରୁବାରଠାରୁ ତାପମାତ୍ରା ବଢ଼ିବ। ଏପରିକି ମାର୍ଚ୍ଚ ୩ ତାରିଖରେ ସର୍ବାଧିକ ତାପମାତ୍ରା ୩୮ ଡିଗ୍ରୀ ଅତିକ୍ରମ କରିପାରେ। ମାତ୍ର ୪ ଓ ୫ରେ ପାଗ ଆଂଶିକ ମେଘୁଆ ହେତୁ ତାପମାତ୍ରା କମିବ। ଅନ୍ୟପଟେ ରାତିର ତାପମାତ୍ରା କ୍ରମଶଃ ବଢ଼ି ୫ ତାରିଖ ସୁଦ୍ଧା ପ୍ରାୟ ୩ ଡିଗ୍ରୀ ବଢ଼ିବ। ସେହିପରି ଦକ୍ଷିଣ ଆଭ୍ୟନ୍ତରଣରେ ତାପମାତ୍ରା କ୍ରମଶଃ ବଢ଼ିବ। ଉତ୍ତର ଆଭ୍ୟନ୍ତରୀଣରେ ୩ ତାରିଖ ସୁଦ୍ଧା ଦିନର ତାପମାତ୍ରା ପ୍ରାୟ ୩ ଡିଗ୍ରୀ ବଢ଼ିପାରେ ଓ ଆସନ୍ତା ୩ ଦିନ ପର୍ୟ୍ୟନ୍ତ ସାମାନ୍ୟ କୁହୁଡ଼ି ଦେଖାଦେଇ ପାରେ। ଗତ ୩୬ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ବରଗଡ଼ରେ ସର୍ବାଧିକ ୩୯ ମିମି ବର୍ଷା ହୋଇଥିବା ବେଳେ ସମ୍ବଲପୁର, ହୀରାକୁଦ, ଅନଗୁଳ ଓ ବାରିପଦାରେ ଯଥାକ୍ରମେ ୧୮-୧୬ ମିମି ଲେଖାଏଁ ବର୍ଷା ରେକର୍ଡ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking