ଭୁବନେଶ୍ୱର: ନୂଆ ବର୍ଷ ପୂର୍ବରୁ ସବୁ ଗଞ୍ଜେଇ ଚାଷ ନଷ୍ଟ କରାଯିବ । ଏନେଇ ନିର୍ଦ୍ଦେଶ ଦେଲେ ପୋଲିସ ଡିଜି ବିନୟତୋଷ ମିଶ୍ର । ଏବେ ସୁଦ୍ଧା ୧୭ ହଜାର ଏକର ଗଞ୍ଜେଇ ଚାଷ ନଷ୍ଟ ହୋଇଛି । ଗଞ୍ଜେଇ ଚାଷ ନେଇ ୬ ଜିଲ୍ଲାକୁ ଫୋକସରେ ରଖାଯାଇଛି । ଚଳିତବର୍ଷ ଗଞ୍ଜେଇ ନଷ୍ଟ ନେଇ ସରପଞ୍ଚକୁ ସାମିଲ କରାଯାଇଛି । କୃଷି ଓ ଜଙ୍ଗଲ ବିଭାଗ ଅଧିକାରୀ ଅପରେସନରେ ସାମିଲ ହୋଇଛନ୍ତି ।










