ନୂଆଦିଲ୍ଲୀ: ଖଡଗେଙ୍କ ମନ୍ତବ୍ୟର ଜବାବ ରଖିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ରିଜିଜୁ । କଂଗ୍ରେସ ଦଳ କେବେ ଗଣତନ୍ତ୍ରରେ ବିଶ୍ୱାସ କରେ ନାହିଁ । ଆମେ ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ସମର୍ଥନ ଖୋଜୁଛୁ , ନଚେତ ବିଲ କାହିଁକି ଆଣିବୁ । ସମସ୍ତେ ବୁଝିବା ଉଚିତ ଯେ, ଆମେ ବିଲକୁ ଗଣତାନ୍ତ୍ରିକ ପ୍ରକ୍ରିୟା ପାରିତ ଚାହୁଁଛୁ । ତେଣୁ ଏହା ଆଦୌ ରାଜନୈତିକ ବିଷୟ ହେବା ଉଚିତ ନୁହେଁ । ମୁଁ ବିଶେଷ ଭାବେ କଂଗ୍ରେସ ଦଳକୁ ଏହାକୁ ନେଇ ରାଜନୀତି ନ କରିବାକୁ କହୁଛି । ମହିଳାଙ୍କୁ ୩୩ ପ୍ରତିଶତ ସହ ବିଧାୟକ, ସାଂସଦଙ୍କ ସଂଖ୍ୟା ବୃଦ୍ଧିକୁ ବିରୋଧ କାହିଁକି । ଯଦି ଆମ ଦେଶରେ ମହିଳାଙ୍କୁ ସଶକ୍ତ କରିବାକୁ ସଂଖ୍ୟା ବଢାଉଛୁ, ବିରୋଧ କାହିଁକି ।










