ନୂଆଦିଲ୍ଲୀ: ଇଣ୍ଡିଆ ବ୍ଲକର ବୈଠକ ପରେ ବର୍ଷିଲେ ଏଆଇସିସି ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ । ଅନୁସୂଚିତ ଜାତି , ଅନୁସୂଚିତ ଜନଜାତିଙ୍କ ପାଇଁ ଉପଯୁକ୍ତ ପ୍ରତିନିଧିତ୍ୱ ବ୍ୟବସ୍ଥା ନାହିଁ । ଏସସି ଓ ଏସଟି ପାଇଁ ସଂରକ୍ଷିତ ଆସନ ସେମାନଙ୍କ ସଂଖ୍ୟା ଅନୁପାତରେ ହେବା ଦରକାର ।ସେହି ରାଜ୍ୟ ମଧ୍ୟରେ ସେମାନଙ୍କ ଜନସଂଖ୍ୟା ଅନୁପାତରେ ସମାନୁପାତିକ ଦରକାର । କିନ୍ତୁ ପ୍ରସ୍ତାବିତ ସଂଶୋଧନରେ ଏହା ପାଇଁ କୌଣସି ବ୍ୟବସ୍ଥା ନାହିଁ କହିଛନ୍ତି ଖଡଗେ ।










