21.1 C
Bhubaneswar
Saturday, November 28, 2026
Homeଓଡିଶାପୁରୀ ବିମାନବନ୍ଦରକୁ ଏନଜିଟି ଝଟକା

ପୁରୀ ବିମାନବନ୍ଦରକୁ ଏନଜିଟି ଝଟକା

ପୁରୀ : ପୁରୀରେ ପ୍ରସ୍ତାବିତ ଗ୍ରୀନ୍ ଫିଲ୍ଡ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପ୍ରଦାନ କରାଯାଇଥିବା ପରିବେଶ ଏବଂ ଉପକୂଳ ନିୟନ୍ତ୍ରଣ ଅଞ୍ଚଳ ମଞ୍ଜୁରିକୁ ଝଟ୍କା । ଜାତୀୟ ସବୁଜ ପ୍ରାଧିକରଣ (ଏନ୍‌ଜିଟି) ଏ ସଂକ୍ରାନ୍ତ ଏକ ମାମଲାର ଶୁଣାଣି କରି ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ସମେତ ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ୍ କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରୀ ୧୫ ତାରିଖକୁ ଧାର୍ଯ୍ୟ କରାଯାଇଛି ।

ପୁରୀର ସୁରେନ୍ଦ୍ର ତାପସୁ ଏବଂ ହରିହର ସେନାପତିଙ୍କ ପକ୍ଷରୁ ଏନ୍ଜିଟି ଆଇନ ୨୦୧୦ର ଧାରା ୧୬, ୧୮(୧) ଏବଂ ୨୦ ଅନୁଯାୟୀ ଏହି ଅପିଲ୍ ଦାଏର କରାଯାଇଥିଲା । ଓଡ଼ିଶା ବାଣିଜ୍ୟ ଓ ପରିବହନ ବିଭାଗ ୪୭୧.୩୪୮ ହେକ୍ଟର ଜମିରେ ନିର୍ମାଣ ହେବାକୁ ଥିବା ଏହି ବିମାନବନ୍ଦର ପାଇଁ ଗତ ସେପ୍ଟେମ୍ବର ୩୦ରେ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ଦେଇଥିବା ପରିବେଶ ମଞ୍ଜୁରିକୁ ରଦ୍ଦ କରିବାକୁ ଏଥିରେ ଅପିଲ କରାଯାଇଥିଲା । ଏହି ପରିବେଶ ମଞ୍ଜୁରିରେ ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନ ରିପୋର୍ଟକୁ ଅଣଦେଖା କରାଯାଇଥିବା ଏବଂ ଚିଲିକା ହ୍ରଦ ରାମସାର୍ ସାଇଟ୍ଠାରୁ ମାତ୍ର ୧୬ କିଲାମିଟର ଦୂରତାରେ ଥିବାରୁ ବିଦେଶୀ ପକ୍ଷୀଙ୍କ ସହ ବିମାନ ଧକ୍କା ହେବାର ଘୋର ଆଶଙ୍କା ରହିଥିବା ଅପିଲ୍‌ରେ ଦର୍ଶାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking