28.1 C
Bhubaneswar
Wednesday, November 25, 2026
Homeଓଡିଶାହେଲିକପ୍ଟର ଦୁର୍ଘଟଣା: ପ୍ରଶିକ୍ଷଣ ବେଳେ ୫ ଯବାନଙ୍କ ମୃତ୍ୟୁ

ହେଲିକପ୍ଟର ଦୁର୍ଘଟଣା: ପ୍ରଶିକ୍ଷଣ ବେଳେ ୫ ଯବାନଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ତୁର୍କୀରେ ପୁଣି ଏକ ବଡ଼ ଧରଣର ସାମରିକ ବିମାନ ଦୁର୍ଘଟଣା ଘଟିଛି । ପ୍ରଶିକ୍ଷଣ ଉଡ଼ାଣ ସମୟରେ ବାୟୁସେନାର ଏକ ସାମରିକ ହେଲିକପ୍ଟର ଖସିପଡ଼ିବାରୁ ୫ ଜଣ ଯବାନଙ୍କ ମୃତ୍ୟୁ ହୋଇଛି । ଲଗାତାର ଦ୍ୱିତୀୟ ଥର ପାଇଁ ତୁର୍କୀ ସେନାର ହେଲିକପ୍ଟର ଦୁର୍ଘଟଣା ଘଟିଥିବାରୁ ସାମରିକ ବାହିନୀ ମଧ୍ୟରେ ଚିନ୍ତା ବଢ଼ିଛି । ତୁର୍କୀ ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଫ୍ରାନ୍ସ ନିର୍ମିତ ଏଏସ୍-୫୩୨ କୁଗାର ସାମରିକ ହେଲିକପ୍ଟରଟି ପ୍ରଶିକ୍ଷଣ ଅଭିଯାନରେ ଥିବାବେଳେ ଦୁର୍ଘଟଣାର ଶିକାର ହୋଇଛି । ଏଥିରେ ଥିବା ୫ ଜଣ ଯବାନ ପ୍ରାଣ ହରାଇଛନ୍ତି । ଏହି ଘଟଣାରେ ମୃତ ଯବାନଙ୍କ ପ୍ରତି ଗଭୀର ଶୋକ ପ୍ରକାଶ କରିଛି ତୁର୍କୀ ପ୍ରତିରକ୍ଷା ମନ୍ତ୍ରଣାଳୟ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking