28.1 C
Bhubaneswar
Wednesday, November 25, 2026
Homeଓଡିଶାଅଭିନୟ କରୁ କରୁ ମଞ୍ଚରେ ଟଳିପଡ଼ିଲେ କଳାକାର

ଅଭିନୟ କରୁ କରୁ ମଞ୍ଚରେ ଟଳିପଡ଼ିଲେ କଳାକାର

ଗଞ୍ଜାମ: ଅଭିନୟ କରୁ କରୁ ମଞ୍ଚ ଉପରେ ଟଳିପଡ଼ିଲେ କଳାକାର । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ କଉଡ଼ିଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତ ଯୁବକ ହେଉଛନ୍ତି ମିଥୁନ ପ୍ରଧାନ ।ସୂଚନା ଅନୁସାରେ, କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଗାଁରେ ରାମାୟଣ ନାଟକ ମଞ୍ଚସ୍ଥ ହେଉଥିଲା । ଏଥିରେ ମିଥୁନ ହନୁମାନ ଭୂମିକାରେ ଅଭିନୟ କରୁଥିଲେ । ନାଟକ ଚାଲିଥିବା ବେଳେ ହଠାତ୍ ସେ ମଞ୍ଚ ଉପରେ ଟଳିପଡ଼ିଥିଲେ । ତୁରନ୍ତ ତାଙ୍କୁ ଆଡ଼ପଡ଼ା ମେଡିକାଲକୁ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ମିଥୁନଙ୍କୁ ମୃତ ଘୋଷଣା କରିଥିଲେ । ହୃଦ୍‌ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ହନୁମାନ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିବା ମିଥୁନଙ୍କ ମୃତ୍ୟୁରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking