ସୁବର୍ଣ୍ଣପୁର: ଶୌଚ ହେବାକୁ ଯାଇ ହୋଇଯାଇଥିଲେ ନିଖୋଜ । କୁଆଡ଼େ ଗଲେ କେହି କିଛି ଜାଣିପାରିଲେନି । ହେଲେ ପ୍ରାୟ ୪ ଦିନ ପରେ ଜଙ୍ଗଲରୁ ମିଳିଛି ଯୁବକଙ୍କ ମୃତଦେହ । ପାଖରେ ପଡ଼ିଛି ବିଷ ବୋତଲ । ଯାହା ବଢ଼ାଇଛି ଆତ୍ମହତ୍ୟା । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କାଦୋଦର ପଞ୍ଚାୟତ ବିରସିଂହପୁର ଗ୍ରାମର ଏହି ଘଟଣା ଏବେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । ନିଖୋଜ ଚନ୍ଦନ ପ୍ରଧାନଙ୍କ ମୃତ ଦେହ ଗାଁ ନିକଟରେ ଥିବା ଜଙ୍ଗଲ ପାନ୍ତି ମୁଡ଼ାରୁ ପୋଲିସ ଉଦ୍ଧାର କରିଛି l
ସୂଚନା ଅନୁସାରେ, ଗତ ୨୧ ତାରିଖ ଦିନ ଚନ୍ଦନ ଶୌଚ ପାଇଁ ଯାଇ ଘରକୁ ଫେରିନଥିଲେ । ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କଲାପରେ ମଧ୍ଯ ତାଙ୍କର କୌଣସି ସନ୍ଧାନ ମିଳିନଥିଲା । ଏନେଇ ପରିବାର ଲୋକେ ବୀରମହାରାଜପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ପରେ ପୁଲିସ ଅନୁସନ୍ଧାନ ଆରମ୍ଭ କରିଥିଲା lତେବେ ଆଜି ଗାଁ ନିକଟ ପାନ୍ତିମୁଡା ଜଙ୍ଗଲରେ ଚନ୍ଦନଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ କିଛି ଲୋକ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିବା ବେଳେ, କିଛି ଦୂରରେ ପଡ଼ିଥିବା ଚନ୍ଦନଙ୍କ ଚପଲ ଏବଂ ବିଷ ବୋତଲ ଜବତ କରିଛି l ତେଣୁ ପାରିପାର୍ଶ୍ବକ ପରିସ୍ଥିତିରୁ ବିଷ ପିଇ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଥିବା ବେଳେ, ଘଟଣାକୁ ନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି l










