ପୁରୀ: ଜଣେ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ଦୁଷ୍କର୍ମ ଓ ଅପହରଣ ଅଭିଯୋଗରେ କେନିଆର ଜଣେ ୩୪ ବର୍ଷୀୟ ଯୁବକ ଗିରଫ ହୋଇଛି। ପୁରୀ ଟାଉନ ଥାନା ପୁଲିସ ଗିରଫ ଅଭିଯୁକ୍ତ କେନିଆ ନ୍ୟାଞ୍ଜ ରାଜ୍ୟ ମୋମ୍ବାସା ଜିଲ୍ଲା ଅନ୍ତର୍ଗତ କିଷୁମୁ ଅଂଚଳର ମହମ୍ମଦ ଫଏଜକୁ ଭୁବନେଶ୍ୱର ଜାଗମରାରୁ ଧରିଛି। ଅଭିଯୁକ୍ତ ଏକ ଲକ୍ଷ ଟଙ୍କା ଦାବି କରୁଥିଲା। ନାବାଳିକାଙ୍କ ଧର୍ମ ପରିବର୍ତ୍ତନ କରିବାକୁ ମଧ୍ୟ ପ୍ରବର୍ତ୍ତାଉଥିଲା
ଭୁବନେଶ୍ୱରରୁ କେନିଆ ଅପହରଣକାରୀ ଗିରଫ l ପୁରୀର ଜଣେ ନାବାଳିକା ଝିଅଙ୍କୁ ଅପହରଣ କରି ଭୁବନେଶ୍ୱରର ଜାଗମରା ଅଞ୍ଚଳରେ ଏକ ଘରୋଇ ହୋଟେଲ ରଖିଥିଲା ଅଭିଯୁକ୍ତ l ଅନଲାଇନ କ୍ୟାରମ ଗେମରୁ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ଅପହରଣ କରିଥିଲା କେନିଆର ମହମଦ ଫଏଜ l ଅଭିଯୁକ୍ତକୁ ଗିରଫ କରିଛି ଟାଉନ ଥାନା ପୁଲିସ l ନାବାଳିକା ଜଣକ ପୁରୀର ଜଣେ ଯୁକ୍ତ ଦୁଇ ଛାତ୍ରୀ l ଅଭିଯୁକ୍ତ ପୀଡ଼ିତା ଛାତ୍ରୀଙ୍କୁ ଅପହରଣ କରି ତାଙ୍କ ପରିବାର ଲୋକଙ୍କୁ ଏକ ଲକ୍ଷ ଟଙ୍କା ଦାବି କରିଥିଲା l ପରେ ପରିବାର ଲୋକେ ପୁରୀ ଟାଉନ ଥାନାରେ ଅଭିଯୋଗ କରିବା ପରେ ପୁରୀ ପୁଲିସ ଘଟଣାର ତଦନ୍ତ କରି ଭୁବନେଶ୍ୱରରୁ ଅପହୃତ ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରିଛି।ଗତ ନଭେମ୍ବର ୧୮ ତାରିଖରେ ଅଭିଯୁକ୍ତ ପୁରୀ ଯାଇ ଛାତ୍ରୀଙ୍କୁ ଦେଖା କରିବା ସହ ତାଙ୍କୁ ଅପହରଣ କରିଥିଲା l










