29.1 C
Bhubaneswar
Monday, November 23, 2026
Homeଦେଶ ବିଦେଶଟ୍ରକକୁ ପଛରୁ ପିଟିଲା କାର୍‌: ୨ ମହିଳା ଓ ୨ ଶିଶୁ ମୃତ

ଟ୍ରକକୁ ପଛରୁ ପିଟିଲା କାର୍‌: ୨ ମହିଳା ଓ ୨ ଶିଶୁ ମୃତ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଧର୍ମନଗରୀ ମଥୁରାରେ ଘଟିଛି ଭୟଙ୍କର ଦୁର୍ଘଟଣା। ଏଥିରେ ୨ ମହିଳା ଓ ୨ ଜଣ ନିରୀହ ଶିଶୁଙ୍କ ଜୀବନ ଚାଲିଯାଇଛି। ଏଥିସହ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଜୈତ ଥାନା ଅଞ୍ଚଳରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଟ୍ରକକୁ ଏକ ଦ୍ରୁତଗାମୀ କାର୍‌ ପଛରୁ ଧକ୍କା ଦେବା ପରେ ଏହି ଦୁର୍ଘଟଣା ଘଟିଛି।ସୂଚନା ଅନୁସାରେ, ଜୈତ ଥାନା ଅଞ୍ଚଳର ହାଇୱେ କଡ଼ରେ ଏକ ଟ୍ରକ୍‌ ଛିଡ଼ା ହୋଇଥିଲା। ଏହି ସମୟରେ ଦ୍ରୁତଗତିରେ ଆସୁଥିବା ଏକ କାର୍‌ ଭାରସାମ୍ୟ ହରାଇ ସିଧାସଳଖ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋର୍‌ ଥିଲା ଯେ କାର୍‌ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଥିଲା। କାର୍‌ ଭିତରେ ଥିବା ଯାତ୍ରୀମାନେ ଗାଡ଼ି ଭିତରେ ଫସି ରହିଥିଲେ।ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇ ମହିଳା ଓ ଦୁଇ ଶିଶୁଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଅନ୍ୟପଟେ କାର୍‌ରେ ଥିବା ଆଉ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking