31.1 C
Bhubaneswar
Monday, November 23, 2026
Homeଓଡିଶାରାଜ୍ୟରେ ମୋଟ୍ ୩୮,୦୫୦ ଏଚଆଇଭି ସଂକ୍ରମିତ ଚିହ୍ନଟ

ରାଜ୍ୟରେ ମୋଟ୍ ୩୮,୦୫୦ ଏଚଆଇଭି ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଏଚଆଇଭିକୁ ନେଇ ସାମ୍ନାକୁ ଆସିଲା ଚିନ୍ତାଜନକ ରିପୋର୍ଟ । ରାଜ୍ୟରେ ମୋଟ ୩୮,୦୫୦ ଏଚଆଇଭି ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୮୭୬ ଶିଶୁ ଅର୍ଥାତ ୧୪ ବର୍ଷରୁ କମ ରହିଛନ୍ତି । ଏନଏସିଓ ପୋର୍ଟାଲରୁ ଏହି ତଥ୍ୟକୁ ସଂଗ୍ରହ କରାଯାଇଛି । ରାଜ୍ୟରେ ମୋଟ ୩୮ ହଜାର ୫୦ ଜଣ ଏଚଆଇଭିରେ ସଂକ୍ରମିତ ହୋଇଛନ୍ତି । ୩୪ ହଜାର ୯୨୧ ଜଣ ଏଆରଟି ଚିକିତ୍ସା ରହିଛନ୍ତି । ମୋଟ ସଂକ୍ରମିତଙ୍କ ୩୭ ହଜାର ୧୭୪ ଜଣ ୧୪ ବର୍ଷରୁ ଅଧିକ ରହିଥିଲା ବେଳେ ୮୭୬ ଜଣ ୧୪ ବର୍ଷରୁ କମ ଶିଶୁ ଏଚଆଇଭି ପଜିଟିଭ ରହିଛନ୍ତି । ତେବେ ଜିଲାୱାରୀ ଦେଖିବାକୁ ଗଲେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ଏଚଆଇଭି ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ମୋଟ ୮ ହଜାର ୧୪୫ ଜଣ ଏଚଆଇଭି ସଂକ୍ରମିତ । ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking