ଭୁବନେଶ୍ୱର: ରାଜ୍ୟରେ ଚୋରା ବନ୍ଧୁକ କାରବାର ଉପରେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ୍) ପକ୍ଷରୁ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ହୋଇଛି। ଏହି ଚଢ଼ାଉରେ ୬ଟି ଚୋରା ବନ୍ଧୁକ ଜବତ ହେବା ସହ ଦୁଇଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଚୋରା ବନ୍ଧୁକ ଚାଲାଣ ସମ୍ପର୍କରେ ଏସଟିଏଫକୁ ପୂର୍ବରୁ ଗୁଇନ୍ଦା ସୂଚନା ମିଳିଥିଲା। ଏହି ଆଧାରରେ ଏସଟିଏଫ୍ ଟିମ୍ ନଜର ରଖିଥିଲା। ଅଭିଯୁକ୍ତମାନେ ଟ୍ରେନ୍ ଯୋଗେ ଚୋରା ବନ୍ଧୁକ ନେଇ ଆସୁଥିବା ବେଳେ ଗୁଇନ୍ଦା ସୂଚନା ଆଧାରରେ ଚଢ଼ାଉ କରାଯାଇ ସେମାନଙ୍କୁ କାବୁ କରାଯାଇଥିଲା। ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୬ଟି ଚୋରା ବନ୍ଧୁକ ଜବତ କରିଛି ଏସଟିଏଫ୍।










