ଭୁବନେଶ୍ୱର: ଠିକା ଭିତ୍ତିରେ କାର୍ଯ୍ୟକରୁଥିବା ପିଏଚ-ଆଇଭିଙ୍କ ପ୍ରସଙ୍ଗରେ ମନ୍ତ୍ରୀଙ୍କୁ ତଥ୍ୟ ମାଗିରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଏନେଇ ଗୃହରେ ପ୍ରଶ୍ନ ପଚାରିଛନ୍ତି ଯେ, ରାଜ୍ୟରେ ସମଗ୍ର ଶିକ୍ଷା ଅଧୀନରେ ଗତ ୮ରୁ ୧୦ ବର୍ଷ ହେଲା କେତେ ଜଣ ପିଏଚ-ଆଇଇଭି ଠିକା ଭିତ୍ତିରେ କାର୍ଯ୍ୟ କରୁଛନ୍ତି । ଓଡିଶା ସରକାର ନିରବିଚ୍ଛିନ୍ନ ସେବା ଆଧାରରେ ଆଇଭି ମାନଙ୍କୁ ନିୟମିତ କରିବା ପାଇଁ କିଛି ବିଚାର କରୁଛନ୍ତି କି । ସୁପ୍ରିମକୋର୍ଟଙ୍କ ଉମାଦେବୀ ବନାମ ରାଜ୍ୟ ସରକାର ମାମଲାର ରାୟ ଅନୁଯାୟୀ, ଏକାଧିକ ରାଜ୍ୟ ଠିକା କର୍ମଚାରୀଙ୍କୁ ନିୟମିତ କରିଥିବା ପରିପ୍ରେକ୍ଷୀରେ ଓଡିଶାର ପିଏଚ-ଆଇଭି ମାନଙ୍କ ପାଇଁ ସ୍କ୍ରିନିଂ କମିଟି ଗଠନ ପୂର୍ବକ ନିୟମିତ କରିବାକୁ ସରକାରଙ୍କ କୌଣସି ଯୋଜନା ଅଛି କି ? ଯଦି ନାହିଁ ତେବେ ଏହାର କାରଣ କଣ । ଏବଂ ସରକାର କେବେ ସୁଦ୍ଧା ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ଚୂଡାନ୍ତ ନିଷ୍ପତ୍ତି ନେବେ । ବିଧାୟକଙ୍କ ପ୍ରଶ୍ନରେ ମନ୍ତ୍ରୀ ଉତ୍ତର ରଖି କହିଛନ୍ତି, ରାଜ୍ୟରେ ସମଗ୍ର ଶିକ୍ଷା ଯୋଜନାରେ ବର୍ତ୍ତମାନ ୧୦୭୨ ଜଣ ପିଏଚ- ଆଇଇଭି ପଞ୍ଚାୟତ ସ୍ତରରେ କାର୍ଯ୍ୟ କରୁଛନ୍ତି । ଏହାର ଜିଲ୍ଲାୱାରୀ ତଥ୍ୟ ପରିଶିଷ୍ଟ କ ରେ ଦିଆଗଲା । ସେମାନଙ୍କୁ ନିୟମିତ କରିବା ନିମନ୍ତେ ବର୍ତ୍ତମାନ କୌଣସି ଯୋଜନା ନାହିଁ ।









