ଭୁବନେଶ୍ୱର: ନିୟମିତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଅନୁମୋଦିତ ପଦବୀ ପ୍ରଶ୍ନରେ ମନ୍ତ୍ରୀ ଉତ୍ତର ରଖି କହିଛନ୍ତି, ବର୍ତ୍ତମାନ ସରକାରୀ ପ୍ରାଥମିକ ବିଦ୍ୟାଳୟଗୁଡିକରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅନୁମୋଦିତ ପଦବୀ, ବିଭିନ୍ନ ବର୍ଗରେ କାର୍ଯ୍ୟରତ ଶିକ୍ଷକ ଏବଂ ଖାଲି ପଦବୀ ସଂଖ୍ୟାର ଏକ ତାଲିକା ପରିଶିଷ୍ଟ-କରେ ସଂଲଗ୍ନ କରାଗଲା । ଅନୁଦାନପ୍ରାପ୍ତ ପ୍ରାଥମିକ ବିଦ୍ୟାଳୟମାନଙ୍କରେ କାର୍ଯ୍ୟରତ ଶିକ୍ଷକ ଏବଂ ଖାଲି ଥିବା ପଦବୀ ସଂଖ୍ୟା ଏବଂ ତାଲିକା ପରିଶିଷ୍ଟ ଖରେ ଦିଆଗଲା । ବର୍ତ୍ତମାନ ସରକାରୀ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ମୋଟ ୨୯୩୪୩ ଜଣ ଅନୁସୂଚିତ ଜାତି ଓ ୩୨୮୬୬ ଜଣ ଅନୁସୂଚିତ ଜନଜାତି ଶିକ୍ଷକ କାର୍ଯ୍ୟରତ ଅଛନ୍ତି । ପଦୋନ୍ନତି ଏବଂ ନୂତନ ନିଯୁକ୍ତି ମାଧ୍ୟମରେ ଖାଲି ପଦବୀ ଗୁଡିକ ପୂରଣ କରାଯାଉଛି ।










