ପୁରୀ: ବାତ୍ୟାକୁ ନେଇ ଛନକା । ଭୟରେ ଘରଦ୍ୱାର ଛାଡିଲେ ଗ୍ରାମବାସୀ । ଘରେ ତାଲା ପକାଇ ପୁଲିସ ସହାୟତାରେ ଆସିଲେ ବାତ୍ୟା ଆଶ୍ରୟସ୍ଥଳୀ । ପୁରୀ ସଦର ବ୍ଲକ ବେଲଦଳ ପଞ୍ଚାୟତର ବେଲଦଳ ମୋହିନୀପୁର ଗାଁର ୬୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି । ସମ୍ଭାବ୍ୟ ବାତ୍ୟାର ବିପଦକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି । ଘର ଛାଡିବାକୁ ଅମଙ୍ଗ ହେଉଥିବା ଲୋକଙ୍କୁ ପୁଲିସ ସହାୟତାରେ ବୁଝାସୁଝା କରି ଆଶ୍ରୟସ୍ଥଳୀ ଅଣାଯାଇଛି । ସେପଟେ ଆଶ୍ରୟସ୍ଥଳୀରେ ଲୋକଙ୍କ ପାଇଁ ପ୍ରଶାସନ ପକ୍ଷରୁ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଛି । ଶୁଖିଲା ଖାଦ୍ୟଠାରୁ ଆରମ୍ଭ କରି ରନ୍ଧା ଖାଦ୍ୟ ପର୍ଯ୍ୟନ୍ତ ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି ।










