21.1 C
Bhubaneswar
Thursday, November 19, 2026
Homeଓଡିଶାଜିରୋ କାଜୁଆଲିଟି ଆମ ସମସ୍ତଙ୍କ ପ୍ରାଥମିକତା: ଉପ ମୁଖ୍ୟମନ୍ତ୍ରୀ

ଜିରୋ କାଜୁଆଲିଟି ଆମ ସମସ୍ତଙ୍କ ପ୍ରାଥମିକତା: ଉପ ମୁଖ୍ୟମନ୍ତ୍ରୀ

ପୁରୀ: ବାତ୍ୟା ଆକୱ୍ବାନ ପରିପ୍ରେକ୍ଷୀରେ ଆଜି ପୁରୀ ଜିଲ୍ଲା ଗସ୍ତରେ ଆସି ଉଦ୍ଧାର,ଥଇଥାନ ଓ ରିଲିଫ୍ କାର୍ଯ୍ୟର ସମୀକ୍ଷା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା। ଆଭାସୀ ମାଧ୍ୟମରେ ସମସ୍ତ ବ୍ଲକ ସହ ଯୋଡ଼ି ହୋଇ ବାତ୍ୟା ସମ୍ପର୍କରେ ସମୀକ୍ଷା କରିବା ସହ ସରକାରଙ୍କ ର ଜିରୋ କାଜୁଆଲିଟି ଲକ୍ଷ୍ୟକୁ କଡାକଡି ଭାବେ ଅନୁପାଳନ କରିବାକୁ ଉପମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ବିପଦ ପୂର୍ଣ୍ଣ ଅଞ୍ଚଳ ଅଞ୍ଚଳରେ ରହୁଥିବା ଓ ବିପଦଜନକ ଗୃହରେ ରହୁଥିବା ଲୋକ ମାନଙ୍କୁ ନିରାପଦ ଆଶ୍ରୟସ୍ଥଳ ମାନଙ୍କୁ ଯଥାଶୀଘ୍ର ସ୍ଥାନାନ୍ତର, ସେମାନଙ୍କ ପାଇଁ ଯଥାସମ୍ଭବ ସୁବିଧା ଯେପରି ସୁରକ୍ଷିତ ବାତ୍ୟା ଆଶ୍ରୟସ୍ଥଳ, ଆଲୋକ, ପାଣି, ଶୌଚାଳୟ ବ୍ୟବସ୍ଥା,ରନ୍ଧା ଖାଦ୍ୟ ବ୍ୟବସ୍ଥା, ଚିକିତ୍ସା ସୁବିଧା ଇତ୍ୟାଦି କୁ ସୁନିଶ୍ଚିତ କରିବା ଉପରେ ଉପମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଥିଲେ।

ସେହିପରି ଗର୍ଭବତୀ ମହିଳା ବିଶେଷ କରି ପ୍ରସବ ସମୟ ନିକଟ ହୋଇ ଆସୁଥିବା ମାଆ ମାନଙ୍କୁ ଚିକିତ୍ସାଳୟ କୁ ସ୍ଥାନାନ୍ତର କରିବା, ଅନ୍ୟ ଗର୍ଭବତୀ ମା, ଛୋଟ ପିଲା,ବୟସ୍କ, ଭିନ୍ନକ୍ଷମ ମାନଙ୍କ ପ୍ରତି ଯତ୍ନ ବାନ ହେବା, ଗୃହପାଳିତ ପଶୁ ମାନଙ୍କ ପାଇଁ ଖାଦ୍ୟ ଓ ଆଶ୍ରୟସ୍ଥଳ ବ୍ୟବସ୍ଥା କରିବା, ରାସ୍ତା ଅବରୋଧ କରି ଗଛ,ଡାଳ ଇତ୍ୟାଦି ପଡ଼ିଲେ ତାହାର ତ୍ୱରିତ ଅପସାରଣ ବ୍ୟବସ୍ଥା, ବିଦ୍ୟୁତ କଟିଲେ ଲାଇଟ୍ ବ୍ୟବସ୍ଥା କରିବା,ଜଳ ଉତ୍ସକୁ ସଫା କରି ଜଳ ପ୍ଲାବନ କୁ ସୁନିଶ୍ଚିତ କରିବା,ଝୁଲା ବିଦ୍ୟୁତ ତାର ଓ ଦୂର୍ବଳ ବିଦ୍ୟୁତ ଖୁଣ୍ଟକୁ ମରାମତି ତଥା ନୂଆ ଭାବେ ସ୍ଥାପନ କରିବା, ବେଳାଭୂମିରେ ଉଦ୍ଧାର ଓ ସେବା କାର୍ଯ୍ୟରେ ରାମଚଣ୍ଡୀର ଓସୱ୍ବାଲୀର ଅଧିକାରୀ ଓ କର୍ମଚାରୀ ମାନଙ୍କ ସହାୟତା ନେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଉପସ୍ଥିତ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଲୋକ ମାନଙ୍କ ସୁବିଧା ପାଇଁ ସଂପୃକ୍ତ ଆଶ୍ରୟସ୍ଥଳ ମାନଙ୍କ ରେ ରହୁଥିବା ଲୋକ ମାନଙ୍କ ପାଇଁ ସେହିଠାରେ ରନ୍ଧା ବ୍ୟବସ୍ଥା କରିବା କିମ୍ବା ପାଖାପାଖି ସ୍ଥାନରେ ରୋଷେଇ କରି ନିର୍ଦିଷ୍ଟ ସମୟ ମଧ୍ୟରେ ଖାଦ୍ୟ ପହଞ୍ଚାଇବାକୁ ପରାମର୍ଶ ଦେଇଥିଲେ। ଜିଲ୍ଲା ପାଇଁ ନିଯୁକ୍ତ ବରିଷ୍ଠ ଅଧିକାରୀ ତଥା ଉଚ୍ଚ ଶିକ୍ଷା ବିଭାଗର ସଚିବ ଅରବିନ୍ଦ ଅଗ୍ରୱାଲ ଗୋପ ବ୍ଲକ୍ ଆଭାସୀ ମାଧ୍ୟମରେ ଯୋଗ ଦେଇ ସ୍ଥିତି ସମୀକ୍ଷାର ବିବରଣୀ ଦେଇଥିଲେ।

ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା ବ୍ରହ୍ମଗିରି ବ୍ଲକରୁ ଆଭାସୀ ମାଧ୍ୟମରେ ଯୋଗଦେଇ ବାତ୍ୟା ପରିପ୍ରେକ୍ଷୀରେ ଜିଲ୍ଲାର ବିସ୍ତୃତ ତଥ୍ୟ ପ୍ରଦାନ କରି ସମସ୍ତ ବରିଷ୍ଠ ଅଧିକାରୀ ମାନଙ୍କୁ ବିଭିନ୍ନ ବ୍ଲକ୍ ଓ ସହରାଞ୍ଚଳର ଦାୟିତ୍ଵ ଦେବା ସହ କୌଣସି ଅଧିକାରୀ ଓ କର୍ମଚାରୀଗଣ ନିଜ ନିଜ ଅଞ୍ଚଳ ନ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଜିଲ୍ଲା ରେ ଥିବା ୧୭୯ ଟି ବାତ୍ୟା ଆଶ୍ରୟସ୍ଥଳୀ ଓ ୩୭୦ ବିକଳ୍ପ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ କରାଯିବ ସହ ଦିନ ୧୧ ଘଟିକା ସୁଦ୍ଧା ୨୧୦୭୬ ଙ୍କ ମଧ୍ୟରୁ ୧୬୦୧୫ ଙ୍କୁ ସ୍ଥାନାନ୍ତର କରାଯାଇଛି ଓ ସ୍ଥାନାନ୍ତର କାର୍ଯ୍ୟ ଚାଲିଛି ଯାହା ଆଉ କିଛି ସମୟ ମଧ୍ୟରେ ସମାପ୍ତ ହୋଇଯିବ। ସମସ୍ତ ଅଙ୍ଗନବାଡି କେନ୍ଦ୍ର ସହ ଶିକ୍ଷାନୁଷ୍ଠାନ କୁ ଚଳିତ ମାସ ୨୧ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଛି।

କଳାବଜାରୀ ରୋକିବାକୁ ଯୋଗାଣ ବିଭାଗ କୁ କଡ଼ା ନିର୍ଦ୍ଦେଶ ଦିଆଯିବା ସହ ସମସ୍ତ ବେଳାଭୂମି ରେ କେହି ପର୍ଯ୍ୟଟକ ନ ଆସିବାକୁ ପଦକ୍ଷେପ ନିଆଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଏସପି ପ୍ରତୀକ ସିଂ, ପୁରୀ ମହାନଗର ନିଗମର କମିଶନର ପ୍ରହଲ୍ଲାଦ ନାରାୟଣ ଶର୍ମା, ସମସ୍ତ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ,ପିକେଡିଏ ସେକ୍ରେଟାରୀ, ଉପ ଜିଲ୍ଲାପାଳ ପ୍ରମୁଖ ବିଭିନ୍ନ ବ୍ଲକ୍ ଆଭାସୀ ମାଧ୍ୟମରେ ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ମାନ୍ୟବର ଉପମୁଖ୍ୟମନ୍ତ୍ରୀଙ୍କ ବୈଠକରେ ଯୋଗ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking