21.1 C
Bhubaneswar
Thursday, November 19, 2026
Homeଓଡିଶାପାରାଦୀପ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ

ପାରାଦୀପ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ

ପାରାଦୀପ: ସମ୍ଭାବ୍ୟ ବାତ୍ୟା ଅକ୍ବାନ ପାଇଁ ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ ବୁଧବାର ସନ୍ଧ୍ୟାରେ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି। ଅର୍ଥାତ ଆସନ୍ତା ଗୁରୁବାର ଓ ଶୁକ୍ରବାର ଜାହାଜଗୁଡିକ ବନ୍ଦର ପୋତାଶ୍ରୟରୁ ବାହାରି ସମୁଦ୍ର ଆଙ୍କରେଜ ଏରିଆର ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ପରାମର୍ଶ ଦିଆଯାଇଛି। ବାତ୍ୟାର ଗତିବିଧି ପରିବର୍ତ୍ତନ ପରେ ପୁଣି ସ୍ବାଭାବିକ ଭାବେ ପଣ୍ୟ ବୋଝେଇ ଖଲାସ କରିବା ପାଇଁ କୁହାଯାଇଛି। ଗୁରୁବାର ସକାଳୁ ଆନ୍ଧ୍ରପ୍ରଦେଶର ୬ଟି ମାଛଧରା ଟ୍ରଲର ପାରାଦୀପ ବନ୍ଦର ପୋତାଶ୍ରୟରେ ଆଶ୍ରୟ ନେଇଛନ୍ତି। ଯେଉଁଥିରେ ୫୪ ମତ୍ସ୍ୟଜୀବୀ ଅଛନ୍ତି। ସେମାନଙ୍କୁ ଆବଶ୍ୟକ ସୁବିଧା ସୁଯୋଗ ବନ୍ଦର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଛି। ଅପରପକ୍ଷେ ଜିଲା ପ୍ରଶାସନ ପକ୍ଷରୁ ପୌରାଞ୍ଚଳର ତଳିଆ ଅଞ୍ଚଳରେ ଥିବା ଲୋକଙ୍କୁ ଥଇଥାନ କେନ୍ଦ୍ରକୁ ଅଣାଯାଉଛି। ପାରାଦୀପରେ ୨୨ଟି ଥଇଥାନ କେନ୍ଦ୍ର କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking