21.1 C
Bhubaneswar
Thursday, November 19, 2026
Homeଦେଶ ବିଦେଶ୫୦ କୋଟି ଲୋକଙ୍କୁ ଗରିବୀରୁ ଉପରକୁ ଆଣିଛୁ: ମୋଦୀ

୫୦ କୋଟି ଲୋକଙ୍କୁ ଗରିବୀରୁ ଉପରକୁ ଆଣିଛୁ: ମୋଦୀ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଭାରତ ମଣ୍ଡପମରେ ଭାରତୀୟ ବାଣିଜ୍ୟ ଏବଂ ଶିଳ୍ପ ମହାସଂଘ(ଫିକି)ର ଶତବାର୍ଷିକୀ ସମାରୋହରେ ଭାଷଣ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ପରିବର୍ତ୍ତିତ ଅର୍ଥନୈତିକ ଦୃଶ୍ୟପଟ ଉପରେ ଆଲୋକପାତ କରି କହିଛନ୍ତି ଯେ,ସମ୍ପ୍ରତି ପ୍ରମୁଖ ବିଶ୍ୱ ପ୍ରତିଷ୍ଠାନଗୁଡ଼ିକ ବିକଶିତ ଭାରତକୁ ପ୍ରଶଂସା କରୁଛନ୍ତି। ଉପଯୁକ୍ତ ନୀତି ଦ୍ବାରା ଦେଶର ୫୦ କୋଟି ଗରିବ ୧୨ ବର୍ଷ ମଧ୍ୟରେ ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠିଛନ୍ତି। ଗତ ଶହେ ବର୍ଷର ଭାରତୀୟ ଅର୍ଥନୀତିର ଯାତ୍ରା ଏବଂ ଦେଶର ଅର୍ଥନୀତିକ ପରିବର୍ତ୍ତନ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି,ଏହି ସମୟ ମଧ୍ୟରେ ଭାରତର ଅର୍ଥନୀତି ଅନେକ ଉତ୍ଥାନ-ପତନ ଦେଖିଛି। ସ୍ୱାଧୀନତା ପରଠାରୁ ଭାରତୀୟ ଅର୍ଥନୀତି ବିଭିନ୍ନ ନୀତିଗତ ଯୁଗ ଦେଖିଛି। ଗୋଟିଏ ସମୟ ଥିଲା ଯେତେବେଳେ ଦେଶରେ ଲାଇସେନ୍ସ-କୋଟା ରାଜ ଯୋଗୁଁ ଶିଳ୍ପ ଏବଂ ବ୍ୟବସାୟଗୁଡ଼ିକୁ ବିସ୍ତାର ପାଇଁ ଅନେକ ସରକାରୀ ଅନୁମୋଦନ ଉପରେ ନିର୍ଭର କରିବାକୁ ପଡୁଥିଲା। ଏହା ପରେ ଜାତୀୟକରଣ ନୀତି ଆରମ୍ଭ ହୋଇଥିଲା।ଏକ ସମୟ ଥିଲା ଯେତେବେଳେ ଭାରତୀୟ ଅର୍ଥନୀତିକୁ ବିଶ୍ୱର ପାଞ୍ଚଟି ଦୁର୍ବଳ ଅର୍ଥନୀତି ମଧ୍ୟରୁ ଗୋଟିଏ ଭାବରେ ବିବେଚନା କରାଯାଉଥିଲା। ମାତ୍ର ଏବେ ସମୟ ବଦଳି ଯାଇଛି।ଗତ ୧୨ ବର୍ଷ ଧରି ଦେଶର ଯୁବପିଢ଼ି, କୃଷକ, ଶ୍ରମିକ ଏବଂ ଶିଳ୍ପ ନେତାମାନେ ଏହି ପରିସ୍ଥିତିକୁ ପରିବର୍ତ୍ତନ କରିବା ପାଇଁ ଏକାଠି କଠିନ ପରିଶ୍ରମ କରିଛନ୍ତି। ଏହି ପରିବର୍ତ୍ତନ ପାଇଁ ଦେଶର ବିଭିନ୍ନ ବର୍ଗର ଅବଦାନକୁ ଗୁରୁତ୍ୱପୂର୍ଣ୍ଣ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking