23.1 C
Bhubaneswar
Wednesday, November 18, 2026
Homeଓଡିଶାବାତ୍ୟା ପାଇଁ ୧୨ ଅଧିକାରୀଙ୍କୁ ଦାୟିତ୍ୱ

ବାତ୍ୟା ପାଇଁ ୧୨ ଅଧିକାରୀଙ୍କୁ ଦାୟିତ୍ୱ

ଭୁବନେଶ୍ୱର: ବାତ୍ୟା ଅକଭାନ ପାଇଁ ୧୨ ଅଧିକାରୀଙ୍କୁ ଦାୟିତ୍ୱ ମିଳିଛି । ଏସଆରସିଙ୍କ କାର୍ଯ୍ୟାଳୟରେ ତଦାରଖ କରିବେ । ସମନ୍ୱୟ , ତଦାରଖ ଓ ସୁଗମ ପରିଚାଳନାକୁ ଗୁରୁତ୍ୱ ଦିଆଯାଇଛି । ଜରୁରୀ କାଳୀନ ପରିଚାଳନା କେନ୍ଦ୍ରରେ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଅଧିକାରୀମାନେ ପ୍ରଭାବିତ ଜିଲ୍ଲାଗୁଡିକ ସହ ସମନ୍ୱୟ ରକ୍ଷା କରିବେ । ପରିବର୍ତ୍ତିତ ପରିସ୍ଥିତି ଓ ରିଲିଫ କାର୍ଯ୍ୟର ତଦାରଖ କରିବେ । ଏସଇଓସି ମାଧ୍ୟମରେ ଜରୁରୀ ବିଷୟ ଅବଗତ କରାଇବେ ।ଏପଟେ ସାମ୍ପ୍ରତିକ ବାତ୍ୟା ପରିସ୍ଥିତିରେ ରାଜ୍ୟରେ ଜରୁରୀକାଳୀନ ପ୍ରଶାସନିକ ଆବଶ୍ୟକତା ତଥା ସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଆସନ୍ତା ୧୮ରୁ ୨୨ ନଭେମ୍ବର ପର୍ଯ୍ୟନ୍ତ ସମସ୍ତ ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କ ଛୁଟି ବାତିଲ୍ କରାଯାଇଛି। ଏହି ଅବଧି ମଧ୍ୟରେ ଛୁଟିରେ ଥିବା ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ତୁରନ୍ତ ନିଜ ନିଜ କାର୍ଯ୍ୟସ୍ଥଳରେ ଯୋଗଦେବାକୁ କୁହାଯାଇଛି। ଏଥିସହ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ନିଜ ନିଜ ଦାୟିତ୍ୱ ନିର୍ବାହରେ ସଜାଗ ଓ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking