ଭୁବନେଶ୍ୱର: ଟାଟା ବିତରଣ କମ୍ପାନୀ ଗୁଡିକୁ ସିଏଜି ଅଡିଟ କରିବା ପାଇଁ କଣ ପଦକ୍ଷେପ ନିଆଯାଇଛି , ରାଜା ସ୍ୱାଇଁଙ୍କ ପ୍ରଶ୍ନରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଉତ୍ତର ରଖି କହିଛନ୍ତି, ଓଡିଶା ବିଦ୍ୟୁତ ନିୟାମକ ଆୟୋଗଙ୍କ ଦ୍ୱାରା ଗତ ୨୪ ତାରିଖରେ ଚଳିତ ବର୍ଷ ପାଇଁ ଜାରି କରାଯାଇଥିବା ଖୁଚୁରା ବିଦ୍ୟୁତ ମୂଲ୍ୟ ଆଦେଶରେ ୪ଟି ଟାଟା ବିତରଣ କମ୍ପାନୀ ଗୁଡିକୁ ସିଏଜି ଅଡିଟ କରିବା ଆବଶ୍ୟକ । ବିଦ୍ୟୁତ ଆଇନ ୨୦୦୩ ର ଧାରା ୮୬(୨)ଅନୁସାରେ ରାଜ୍ୟ ସରକାରଙ୍କୁ ଯେଉଁ ପରାମର୍ଶ ଦିଆଯାଇଛି ସେ ସମ୍ବନ୍ଧରେ ରାଜ୍ୟ ସରକାର ଅବଗତ ଅଛନ୍ତି । ତେବେ ଓଡିଶା ବିଦ୍ୟୁତ ନିୟାମକ ଆୟୋଗଙ୍କ ଦ୍ୱାରା ୨୪ ତାରିଖରେ ଚଳିତ ବର୍ଷ ପାଇଁ କରାଯାଇଥିବା ଖୁଚୁରା ବିଦ୍ୟୁତ ମୂଲ୍ୟ ଆଦେଶ ଅନୁଯାୟୀ ଟାଟା ବିତରଣ କମ୍ପାନୀ ଗୁଡିକୁ ସିଏଜି ଅଡିଟ କରିବା ପାଇଁ ବିଭାଗ ଦ୍ୱାରା ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି ।









