ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର କୁଲଗାମ ଜିଲ୍ଲାରେ ସୁରକ୍ଷା ବାହିନୀଙ୍କ ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ନିହତ ୨ ଆତଙ୍କବାଦୀ ଲେଟ ସଂଗଠନ, ଜଣଙ୍କ ନାଁ ଲତିଫ ଭଟ୍ଟ । ସିଆରପିଏଫ କ୍ୟାମ୍ପ ଉପରେ ଆକ୍ରମଣ ଘଟଣା ପରେ ଏନକାଉଣ୍ଟର ହୋଇଛି । ତେବେ କାଶ୍ମୀର ଜୋନ ପୋଲିସ ଏକ୍ସରେ ପୋଷ୍ଟ କରି କହିଛନ୍ତି, କୁଲଗ୍ରାମରେ ଆତଙ୍କବାଦୀଙ୍କ ସହ ଏନକାଉଣ୍ଟର ହୋଇଛି । ଏନକାୁଣ୍ଟରରେ ଦୁଇ ଜଣ ନିହତ ହୋଇଛି । ସେଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ସହ ଅଞ୍ଚଳରେ ପୋଲିସ ସେନା ଓ ସୁରକ୍ଷାବାହିନୀ ନିୟୋଜିତ ହେବା ସହ ଘେରାବନ୍ଦୀ କରାଯାଇଛି ।










