24.1 C
Bhubaneswar
Monday, November 16, 2026
Homeଓଡିଶାବିରୋଧୀ ଭାବୁଛନ୍ତି ସବୁ ଶିଖିଗଲେଣି: ସୁରେଶ

ବିରୋଧୀ ଭାବୁଛନ୍ତି ସବୁ ଶିଖିଗଲେଣି: ସୁରେଶ

ଭୁବନେଶ୍ୱର: ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନଙ୍କ ବିଧାୟକମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କଂଗ୍ରେସ ଓ ବିଜେଡି ବିଧାୟକମାନେ ଯୋଗ ଦେଇନାହାନ୍ତି । ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବିରୋଧୀଙ୍କ ଉପରେ ବର୍ଷିଛନ୍ତି । ମନ୍ତ୍ରୀ କହିଛନ୍ତି । ଉଭୟ ବିରୋଧୀ , କଂଗ୍ରେସ ଓ ବିଜେଡି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ନଦେଇ ରାଜନୈତିକ ଉଦ୍ଦେଶ୍ୟ ରଖି ଉପରାଷ୍ଟ୍ରପତିଙ୍କୁ ଅସମ୍ମାନ କରିଛନ୍ତି । ସେମାନେ ଭାବୁଛନ୍ତି, ସବୁ ଶିଖି ସାରିଛନ୍ତି । ଆଉ ଶିଖିବାର ଆବଶ୍ୟକତା ନାହିଁ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବିଧାୟକମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା । ଏବଂ ବିଜେଡି ଓ କଂଗ୍ରେସ ଦଳରୁ ନିଲମ୍ବିତ ବିଧାୟକ ମାନେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ସାଧୁବାଦ ଜଣାଇଛନ୍ତି ମନ୍ତ୍ରୀ । ସୂଚନାଥାଉକି, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଜି ଭୁବନେଶ୍ୱରରେ ପହଞ୍ଚି ବିଧାୟକମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି କାର୍ଯ୍ୟକ୍ରମରେ ବିଜେଡି, କଂଗ୍ରେସ ଦଳ ପକ୍ଷରୁ ବିଧାୟକମାନେ ଉପସ୍ଥିତ ନ ରହିବା ତାହା ଏକ ଚର୍ଚ୍ଚାର ବିଷୟ ପାଲଟିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking