24.1 C
Bhubaneswar
Monday, November 16, 2026
Homeଦେଶ ବିଦେଶହର୍ମୁଜରେ ତେଲ ଟ୍ୟାଙ୍କର୍‌କୁ ପୁଣି ଟାର୍ଗେଟ୍

ହର୍ମୁଜରେ ତେଲ ଟ୍ୟାଙ୍କର୍‌କୁ ପୁଣି ଟାର୍ଗେଟ୍

ନୂଆଦିଲ୍ଲୀ: ଥମିବାର ନାଁ ନେଉନି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଓ ଉତ୍ତେଜନା । ହର୍ମୁଜ ପ୍ରଣାଳୀରେ ପୁଣି ଏକ ତେଲ ଟ୍ୟାଙ୍କର୍‌ ଉପରେ ଆକ୍ରମଣ ହୋଇଥିବା ଖବର ସାମ୍ନାକୁ ଆସିଛି। ଅନ୍ୟପଟେ ଗାଜାରେ ଇସ୍ରାଏଲର ଆକ୍ରମଣକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ନାସେର ମେଡିକାଲ୍ କମ୍ପ୍ଲେକ୍ସ ଉପରେ ହୋଇଥିବା ଆକ୍ରମଣକୁ ପାକିସ୍ତାନ ସମେତ ୧୮ଟି ମୁସଲିମ୍ ଦେଶ କଡ଼ା ନିନ୍ଦା କରିଛନ୍ତି ।ଗାଜାର ଖାନ୍ ୟୁନିସ୍ ଅଞ୍ଚଳରେ ଥିବା ନାସେର ମେଡିକାଲ୍ କମ୍ପ୍ଲେକ୍ସକୁ ଟାର୍ଗେଟ୍ କରି ଇସ୍ରାଏଲ୍ ପକ୍ଷରୁ ଏୟାରଷ୍ଟ୍ରାଇକ୍ କରାଯାଇଥିଲା । ଏହାକୁ ବିରୋଧ କରି ୧୮ଟି ଦେଶ ମିଳିତ ବିବୃତି ଜାରି କରିଛନ୍ତି। କତାରର ବୈଦେଶିକ ମନ୍ତ୍ରଣାଳୟ ସୋସିଆଲ୍ ମିଡିଆରେ ଏହି ବିବୃତି ପ୍ରକାଶ କରିଥିଲା । ଏଥିରେ ମେଡିକାଲ୍ କମ୍ପ୍ଲେକ୍ସ ଉପରେ ହୋଇଥିବା ଆକ୍ରମଣକୁ ଦୃଢ଼ ଭାବେ ନିନ୍ଦା କରାଯାଇଛି ।ଚିକିତ୍ସା ସେବା ଯୋଗାଉଥିବା ହସ୍ପିଟାଲ୍ ଓ ମେଡିକାଲ୍ କେନ୍ଦ୍ର ଉପରେ ଆକ୍ରମଣକୁ ନେଇ ଏହି ଘଟଣା ପୁଣିଥରେ ଗାଜାର ମାନବିକ ସଙ୍କଟ ଏବଂ ସାଧାରଣ ନାଗରିକଙ୍କ ସୁରକ୍ଷା ପ୍ରସଙ୍ଗକୁ ଅନ୍ତର୍ଜାତୀୟ ଚର୍ଚ୍ଚାକୁ ଆଣିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking