22.1 C
Bhubaneswar
Tuesday, November 17, 2026
Homeଦେଶ ବିଦେଶମୁମ୍ବାଇବାସୀଙ୍କୁ ମହଙ୍ଗା ଝଟକା, ପୁଣି ବଢ଼ିଲା ସିଏନଜି ଦର

ମୁମ୍ବାଇବାସୀଙ୍କୁ ମହଙ୍ଗା ଝଟକା, ପୁଣି ବଢ଼ିଲା ସିଏନଜି ଦର

ନୂଆଦିଲ୍ଲୀ: ମୁମ୍ବାଇ ବାସୀଙ୍କୁ ପୁଣି ମହଙ୍ଗା ମାଡ । ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳରେ ବଢିଛି ସିଏନଜି ଦର । କିଲୋ ପିଛା ୧ ଟଙ୍କା ୫୦ ପଇସା ବୃଦ୍ଧି ପାଇଛି ମୂଲ୍ୟ । ଏହା ସହ ଗତ ୧୧ ମାସ ମଧ୍ୟରେ ଅଷ୍ଟମ ଥର ପାଇଁ ସିଏନଜି ଦର ବଢିଛି । ନଭେମ୍ବର ୧୫ରୁ ଏହି ନୂଆ ଦର ଲାଗୁ ହୋଇଛି । ମହାନଗର ଗ୍ୟାସ ଲିମିଟେଡ ପକ୍ଷରୁ ଦର ବୃଦ୍ଧି କରାଯାଇଛି । ନୂଆ ଦର ଅନୁଯାୟୀ, ମୁମ୍ବାଇ ମେଟ୍ରୋପଲିଟାନ ରିଜିଅନ ଓ ଏହାର ଆଖପାଖ ଅଞ୍ଚଳରେ ଗ୍ରାହକଙ୍କୁ ଏଣିକି କିଲୋପିଛା ୯୧ ଟଙ୍କା ୫୦ ପଇସା ଦେବାକୁ ପଡିବ । ଗ୍ୟାସ କ୍ରୟ ବା ପ୍ରୋକ୍ୟୁରମେଣ୍ଟ ଖର୍ଚ୍ଚ ବଢିଥିବାରୁ ଦର ବୃଦ୍ଧି କରିବାକୁ ପଡିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । ଏହା ପୂର୍ବରୁ ପୁଣେରେ ମଧ୍ୟ ସିଏନଜି ଦର ବଢିଥିଲା । ଏବେ ମୁମ୍ବାଇରେ ଦର ବୃଦ୍ଧି ପରେ ସିଏନଜି ଚାଳିତ ଗାଡି ବ୍ୟବହାର କରୁଥିବା ଲୋକଙ୍କ ଉପରେ ଅଧିକ ଆର୍ଥିକ ବୋଝ ପଡିବା ଆଶଙ୍କା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking