28.1 C
Bhubaneswar
Sunday, November 15, 2026
Homeଅପରାଧସୁପାରି ଦେଇ ସ୍ବାମୀକୁ ମାରିଦେଲା ସ୍ତ୍ରୀ, କହିଲା..

ସୁପାରି ଦେଇ ସ୍ବାମୀକୁ ମାରିଦେଲା ସ୍ତ୍ରୀ, କହିଲା..

ନୂଆଦିଲ୍ଲୀ: ଏମିତି କ’ଣ ପ୍ରେମ ହୁଏ ? ବିବାହ କରିବା ପରେ ପରପୁରୁଷ ସହ ସମ୍ପର୍କ ରଖିବା ପାପ ବୋଲି କୁହାଯାଏ । ହେଲେ ଏଭଳି ଏକ ପାପ କରିବାକୁ ପଛାଇନାହାନ୍ତି ଜଣେ ମହିଳା । ପ୍ରେମରେ ଏତେ ବାୟା ହେଲେ ଯେ, ଶେଷରେ ନିଜ ସ୍ବାମୀଙ୍କୁ ରାସ୍ତାରୁ ହଟାଇ ଦେଲେ । ସୁପାରୀ କିଲର ଲଗାଇ ସ୍ବାମୀଙ୍କ ହତ୍ୟା କରାଇଲେ । ବିହାରର ରାଜଧାନୀ ପାଟନାରୁ ସାମ୍ନାକୁ ଆସିଛି ଏଭଳି ଏକ ଲୋମହର୍ଷକ ଘଟଣା । ପ୍ରେମିକ ସହ ମିଶି ଏଭଳି ଯୋଜନା କରିଥିଲେ ମହିଳା । ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ଏବେ ଏହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ମିଳିଥିବା ସୂଚନା ଅନୁଯାୟୀ, ପାଟନାର ଦୌଲତପୁର ସିମରୀ ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ। ଗତ ନଭେମ୍ବର ୧୦ ତାରିଖ ଦିନ ମହମ୍ମଦ ଇରଫାନ ଇମାମ ଓରଫ କଲ୍ଲୁ ନାମକ ବ୍ୟକ୍ତିଙ୍କ ଘରେ ପଶି ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଥିଲେ। ଦଦିନ ଦ୍ବିପ୍ରହରରେ ଏହି ହତ୍ୟାକାଣ୍ଡ ଘଟିଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ପୁଲିସ ଏକ ମାମଲା ରୁଜୁ କରିଥିବାବେଳେ ଏସଆଇଟି ଟିମ୍ ଗଠନ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା ଆଉ ଶେଷରେ ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି । ପୋଲିସ ତଦନ୍ତ ସମୟରେ ଯାହା ସାମ୍ନାକୁ ଆସିଲା, ତାହା ଅତ୍ୟନ୍ତ ଚକିତ କଲାଭଳି ଥିଲା। ମୃତକଙ୍କ ପତ୍ନୀ ନେହା ପରଭୀନ ଓରଫ ଫୌଜିଆ ଫିର୍ଦୌସର ଗାଁର ହିଁ ଜଣେ ୨୨ ବର୍ଷୀୟ ଯୁବକ କରଣ କୁମାରଙ୍କ ସହ ପ୍ରେମ ସମ୍ପର୍କରେ ରହିଥିଲା। ଏହି ଅବୈଧ ସମ୍ପର୍କ ବିଷୟରେ ସ୍ୱାମୀ ଇରଫାନ ଜାଣିବାକୁ ପାଇବା ପରେ ଏହାର କଡ଼ା ବିରୋଧ କରିଥିଲେ । ସେମାନଙ୍କ ପାପ ସମ୍ପର୍କକୁ ସ୍ବାମୀ ବତରୋଧ କରିବା ଆରମ୍ଭ କରିଥିବାବେଳେ ସ୍ବାମୀଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ ତାଙ୍କ ସ୍ତ୍ରୀ ଏବଂ ପ୍ରେମିକ ।

ପ୍ରେମିକ କରଣ ସହ ମିଶି ପତ୍ନୀ ନେହା ନିଜ ସ୍ୱାମୀକୁ ମାରିବା ପାଇଁ ଅପରାଧୀଙ୍କୁ ୪୦,୦୦୦ ଟଙ୍କାର ସୁପାରି ଦେଇଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି, ଏହି ହତ୍ୟା ପାଇଁ ଦିଆଯାଇଥିବା ଟଙ୍କା ପତ୍ନୀ ନିଜ ସ୍ୱାମୀର ବ୍ୟାଙ୍କ ଆକାଉଣ୍ଟ ଏବଂ ଜୀବିକା ଋଣରୁ ଟଙ୍କା ବାହାର କରି ପ୍ରେମିକକୁ ଦେଇଥିଲେ। ଯୋଜନା ମୁତାବକ ଅଗ୍ରୀମ ଭାବେ ୨୦,୦୦୦ ଟଙ୍କା ଦିଆଯାଇଥିବା ବେଳେ ହତ୍ୟା ପରେ ବାକି ଟଙ୍କା ଦେବାକୁ କଥା ହୋଇଥିଲା। ମୁଖ୍ୟ ସୁଟର ଫେରାର ରହିଥିବାବେଳେ ଅଭିଯୁକ୍ତ ସ୍ତ୍ରୀ ଏବଂ ତାଙ୍କ ପ୍ରେମିକକୁ ଅଟକ ରଖି ପଚରାଉଚରା ଜାରି ରଖିଛି ପୁଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking