22.1 C
Bhubaneswar
Sunday, November 15, 2026
Homeଓଡିଶାଶିଶୁ ଦିବସରେ ଅଘଟଣ: ନିଆଁରେ ପୋଡ଼ି ଛାତ୍ର ଗୁରୁତର

ଶିଶୁ ଦିବସରେ ଅଘଟଣ: ନିଆଁରେ ପୋଡ଼ି ଛାତ୍ର ଗୁରୁତର

ଖୋର୍ଦ୍ଧା: ଶିଶୁ ଦିବସରେ ଅଘଟଣ। ନିଆଁରେ ପୋଡ଼ି ହୋଇ  ଛାତ୍ର ଗୁରୁତର। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ମାଣିକଗୋଡ଼ା ଗଦାଧର ବାଞ୍ଛାନିଧି ଉଚ୍ଚ ବିଦ୍ୟାଳୟରେ ଅଘଟଣ । ବିଜ୍ଞାନ ମେଳାରେ ଯୋଗଦେବା ବେଳେ ପେଟ୍ରୋଲ ନିଆଁରେ ପୋଡ଼ି ଗୁରୁତର ଆହତ ହେଲେ ଚତୁର୍ଥ ଶ୍ରେଣୀ ଛାତ୍ର।ତାଙ୍କୁ ପ୍ରଥମେ ବୋଲଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ଅଧିକ ଚିକିତ୍ସା ପାଇଁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଛାତ୍ରଙ୍କ ଏଭଳି ଅବସ୍ଥାକୁ ନେଇ ତାତିଛନ୍ତି ଗ୍ରାମବାସୀ । ବିଦ୍ୟାଳୟ ସମ୍ମୁଖରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି ଗ୍ରାମବାସୀ । ତେବେ ଏନେଇ କୌଣସି ପ୍ରତିକ୍ରିୟା ମିଳି ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking