ଭୁବନେଶ୍ୱର: ଆସନ୍ତା ୨୯ ତାରିଖରେ ଓଡିଶାରେ ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ଗଠନ । ଏନେଇ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ହେବ ବୈଠକ । ଜାତୀୟ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ହେବ ସମୀକ୍ଷା । ଫାଷ୍ଟ ଟ୍ରାକ ସ୍ପେଶାଲ କୋର୍ଟ ପ୍ରତିଷ୍ଠା, ତ୍ୱରିତ ଶୁଣାଣି ନେଇ ହେବ ଆଲୋଚନା । ପ୍ରତ୍ୟେକ ଗାଁର ନିର୍ଦ୍ଧାରିତ ଦୂରତା ମଧ୍ୟରେ ବ୍ୟାଙ୍କିଙ୍ଗ ସୁବିଧା ପ୍ରସଙ୍ଗ ଉଠିବ । ଜରୁରୀକାଳୀନ ପ୍ରତିକ୍ରିୟା ସମର୍ଥନ ପ୍ରଣାଳୀ ବି ସ୍ଥାନ ପାଇବ । ଆଞ୍ଚଳିକ ସ୍ତରରେ ପୋଷଣ, ସ୍ୱାସ୍ଥ୍ୟ , ବିଦ୍ୟୁତ , ନଗର ଯୋଜନା କଥା ଉଠିବ । ଓଡିଶା, ବିହାର, ଝାଡଖଣ୍ଡ , ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଯୋଗ ଦେବେ ।










