29.1 C
Bhubaneswar
Thursday, November 12, 2026
Homeଓଡିଶାଅକ୍ଟୋବରରେ ମହଙ୍ଗା ମାଡ଼: ୬.୦୯%କୁ ବଢ଼ିଲା ଖୁଚୁରା ମୁଦ୍ରାସ୍ଫୀତି

ଅକ୍ଟୋବରରେ ମହଙ୍ଗା ମାଡ଼: ୬.୦୯%କୁ ବଢ଼ିଲା ଖୁଚୁରା ମୁଦ୍ରାସ୍ଫୀତି

ଭୁବନେଶ୍ୱର: ପାର୍ବଣ ପରେ ଏବେ ସାଧାରଣ ଲୋକଙ୍କ ପକେଟ୍‌କୁ ମହଙ୍ଗା ମାଡ଼ । ଅକ୍ଟୋବର ମାସରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ବା ରିଟେଲ୍ ଇନଫ୍ଲେସନ୍ ୬.୦୯ ପ୍ରତିଶତକୁ ବୃଦ୍ଧି ପାଇଛି । ସେପ୍ଟେମ୍ବରରେ ଏହା ୫.୫୪ ପ୍ରତିଶତ ଥିଲା । ଅର୍ଥାତ୍ ମାସକ ମଧ୍ୟରେ ମହଙ୍ଗା ହାରରେ ବୃଦ୍ଧି ଘଟିଛି । ବିଶେଷକରି ପନିପରିବା ଓ ଖାଦ୍ୟ ସାମଗ୍ରୀର ଦାମ ବୃଦ୍ଧି ଏହାର ପ୍ରମୁଖ କାରଣ ହୋଇଛି ।ଅକ୍ଟୋବରରେ ଲେମ୍ବୁ, ରସୁଣ ଓ ପିଆଜର ମହଙ୍ଗା ହାର ଆହୁରି ବଢ଼ିଛି । ଲେମ୍ବୁର ମହଙ୍ଗା ହାର ୩୬.୪୧ ପ୍ରତିଶତରୁ ୪୭.୩୦ ପ୍ରତିଶତକୁ ପହଞ୍ଚିଛି । ରସୁଣରେ ଏହା ୫୪.୬୨ରୁ ୬୦.୭୪ ପ୍ରତିଶତ ହୋଇଥିବା ବେଳେ ପିଆଜରେ ୧୦୮.୧୩ରୁ ବଢ଼ି ୧୧୬.୨୨ ପ୍ରତିଶତ ହୋଇଛି ।ଅନ୍ୟପଟେ ଆଳୁର ମହଙ୍ଗା ହାର ମାଇନସ୍ ୧୧.୫୨ରୁ ମାଇନସ୍ ୧୪.୨୪ ପ୍ରତିଶତକୁ ଖସିଛି । ଅର୍ଥାତ୍ ଗତବର୍ଷ ତୁଳନାରେ ଆଳୁର ଦାମ କମ୍ ରହିଛି । ରୁପା ଗହଣା କ୍ଷେତ୍ରରେ ମଧ୍ୟ ମହଙ୍ଗା ହାର ୮୭.୮୨ରୁ ୫୨.୩୯ ପ୍ରତିଶତକୁ ହ୍ରାସ ପାଇଛି । ତେବେ ଏହାର ଅର୍ଥ ଦାମ କମିଛି ନୁହେଁ, ବରଂ ଦାମ ବୃଦ୍ଧିର ଗତି କମିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking