29.1 C
Bhubaneswar
Thursday, November 12, 2026
Homeଦେଶ ବିଦେଶଅମିତା ବଚ୍ଚନଙ୍କୁ ବୋମା ଧମକ

ଅମିତା ବଚ୍ଚନଙ୍କୁ ବୋମା ଧମକ

ମୁମ୍ବାଇ: ମୁମ୍ବାଇରେ ପୁଣି ବୋମା ଆତଙ୍କ । ସହରର ଏକାଧିକ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ବୋମାରେ ଉଡ଼ାଇବାକୁ ଧମକପୂର୍ଣ୍ଣ ଇମେଲ୍‌ ମିଳିବା ପରେ ଆଲର୍ଟ ହୋଇଛନ୍ତି ସୁରକ୍ଷା ଏଜେନ୍ସି । ଟାର୍ଗେଟ୍‌ରେ ରହିଛି ମୁମ୍ବାଇ ମେୟରଙ୍କ କାର୍ଯ୍ୟାଳୟ, ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନଙ୍କ ବଙ୍ଗଳା ଏବଂ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦର । ଧମକପୂର୍ଣ୍ଣ ଇମେଲ୍‌ ପରେ ବୋମା ନିଷ୍କ୍ରିୟକାରୀ ଦଳ ଓ ସୁରକ୍ଷା କର୍ମୀ ବିଭିନ୍ନ ସ୍ଥାନରେ ଯାଞ୍ଚ କରିଛନ୍ତି । ତେବେ ଯାଞ୍ଚ ସମୟରେ କୌଣସି ସନ୍ଦିଗ୍ଧ ସାମଗ୍ରୀ ମିଳିନାହିଁ ।ସୂଚନା ଅନୁସାରେ, ଗତ କିଛି ସପ୍ତାହ ଧରି ମୁମ୍ବାଇର ବିଭିନ୍ନ ସ୍ଥାନକୁ ଏଭଳି ଧମକପୂର୍ଣ୍ଣ ଇମେଲ୍‌ ଆସୁଛି । ନଭେମ୍ବର ୬ ତାରିଖରେ ମଧ୍ୟ ଅମିତାଭ ବଚ୍ଚନଙ୍କ ଜୁହୁସ୍ଥିତ ବାସଭବନ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ ମିଳିଥିଲା । ପୁଲିସ ତାଙ୍କ ବଙ୍ଗଳାରେ ଯାଞ୍ଚ କରିଥିଲେ ମଧ୍ୟ କୌଣସି ସନ୍ଦିଗ୍ଧ ଜିନିଷ ମିଳିନଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking