24.1 C
Bhubaneswar
Wednesday, November 11, 2026
Homeଓଡିଶାଜାତୀୟ ରାଜପଥ ପ୍ରାଧିକରଣ ଏବଂ ରାଜପଥ ପ୍ରକଳ୍ପର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ଜାତୀୟ ରାଜପଥ ପ୍ରାଧିକରଣ ଏବଂ ରାଜପଥ ପ୍ରକଳ୍ପର ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର: ରାଜ୍ୟ ତଥା ଦେଶର ସାମାଜିକ-ଅର୍ଥନୈତିକ ଅଭିବୃଦ୍ଧିରେ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥଗୁଡ଼ିକର ପ୍ରମୁଖ ଭୂମିକା ରହିଛି । ଏହି ଦୃଷ୍ଟିରୁ ଭାରତ ସରକାରଙ୍କ ଜାତୀୟ ରାଜପଥ ପ୍ରାଧିକରଣ ଏବଂ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟରେ ନିର୍ମାଣ ହେଉଥିବା ଜାତୀୟ ରାଜପଥ ପ୍ରକଳ୍ପର ଅଗ୍ରଗତି ନେଇ ଆଜି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ନିର୍ମାଣ ସୌଧ ସ୍ଥିତ ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଜାତୀୟ ରାଜପଥ ପ୍ରାଧିକରଣ ଏବଂ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଏନ୍‌ଏଚ୍‌ ଡିଭିଜନ୍‌ର ୫୦ କୋଟିରୁ ଊର୍ଦ୍ଧ୍ଵ ମୂଲ୍ୟର ପ୍ରକଳ୍ପ ଗୁଡ଼ିକର ଅଗ୍ରଗତି ନେଇ ବିସ୍ତୃତ ଆଲୋଚନା ହୋଇଥିଲା ।

ବୈଠକରେ ୨୪୦ କିମି ଦୀର୍ଘ ରାୟପୁର-ବିଶାଖାପାଟଣା ରୋଡ୍‌ କରିଡ଼ର, ଚଣ୍ଡିଖୋଲ-ପାରାଦୀପକୁ ସଂଯୋଗ କରୁଥିବା ରାସ୍ତା, କଟକ-ଅନୁଗୁଳ-ସମ୍ବଲପୁର କରିଡ଼ର, ସମ୍ବଲପୁର ବାଇପାସ୍‌, କଟକ-କନ୍ଦରପୁର ରାସ୍ତା, କୋଷ୍ଟାଲ ହାଇେୱ (ରାମେଶ୍ୱର-ପାରାଦୀପ, ପାରାଦୀପ-ଦୀଘା), ୪ ଲେନ୍‌ବିଶିଷ୍ଟ ରେଢ଼ାଖୋଲ-ସମ୍ବଲପୁର ରାସ୍ତା, ୪ ଲେନ୍‌ବିଶିଷ୍ଟ ରାଉରକେଲା-ରାଞ୍ଚି ରାସ୍ତା, ୬ ଲେନ୍‌ବିଶିଷ୍ଟ କୋଇଡ଼ା-ବଡ଼ବିଲ୍‌-ଚଣ୍ଡିଖୋଲ ରାସ୍ତା, ଏନ୍‌ଏଚ୍‌-୧୬ରେ ଥିବା ୬ ଲେନ୍‌ବିଶିଷ୍ଟ ପୁଇଁତଳା-ଟାଙ୍ଗୀ ରାସ୍ତା, ୪ ଲେନ୍‌ବିଶିଷ୍ଟ ଝାରସୁଗୁଡ଼ା- ତିଲେଇବେଣି ଏବଂ ସମ୍ବଲପୁର-ଝାରସୁଗୁଡ଼ା ୪ ଲେନ୍‌ବିଶିଷ୍ଟ ଗ୍ରୀନ୍‌ ଫିଲ୍‌ଡ ରାସ୍ତା, ସର୍ଭିସ୍‌ ରୋଡ୍‌ ଥାଇ ୬ ଲେନ୍‌ବିଶିଷ୍ଟ ପୁରୀ-ଭୁବନେଶ୍ୱର ରାସ୍ତା ସହ କ୍ୟାପିଟାଲ୍‌ ରିଜିୟନ୍‌ ରିଂ-ରୋଡ୍‌ ଆଦି ଜାତୀୟ ରାଜପଥ ପ୍ରାଧିକରଣ ରାସ୍ତାର ଅଗ୍ରଗତି ନେଇ ଆଲୋଚନା ହୋଇଥିଲା । ସେହିପରି ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ ଏନ୍‌ଏଚ୍‌ ଡିଭିଜନ୍‌ ଅଧୀନରେ ଥିବା କୋକସରା-ନବରଙ୍ଗପୁର ରାସ୍ତାର ପ୍ରଶସ୍ତିକରଣ, ଏନ୍‌ଏଚ୍‌-୫୯ ଅଧୀନରେ ଥିବା ଦାରିଙ୍ଗବାଡ଼ି ଘାଟି ରାସ୍ତା, ମୋହନା-କୋରାପୁଟ ରାସ୍ତାର ପ୍ରଶସ୍ତିକରଣ, ଏନ୍‌ଏଚ୍‌-୧୫୭ରେ ଥିବା ଭଞ୍ଜନଗର-ଆସ୍କାର ରାସ୍ତାର ପ୍ରଶସ୍ତିକରଣ, ବ୍ରହ୍ମପୁର ବାଇପାସ୍‌ ରାସ୍ତା, ଖୋର୍ଦ୍ଧା ବାଇପାସ୍‌ ରାସ୍ତା, ୪ ଲେନ୍‌ବିଶିଷ୍ଟ ଖରିଆର୍‌ ରୋଡ୍‌ ଆର୍‌ଓବି, ୪ ଲେନ୍‌ବିଶିଷ୍ଟ କେସିଙ୍ଗା ଆର୍‌ଓବି, ଏନ୍‌ଏଚ୍‌-୨୬୦ର ୪ ଲେନ୍‌ବିଶିଷ୍ଟ ଜୟପୁର ବାଇପାସ୍‌ ରାସ୍ତା ନିର୍ମାଣ, ମାଲକାନଗିରି-ମୋଟୁ ରାସ୍ତାରେ ହାଇଲେବୁଲ୍‌ ସେତୁ ନିର୍ମାଣ ଏବଂ କନ୍ଦରପୁର-ବାଲିକୁଦା ରାସ୍ତାର ପ୍ରଶସ୍ତିକରଣ ନେଇ ଆଲୋଚନା ହୋଇଥିଲା ।

ଏଥିରେ ଜମି ଅଧିଗ୍ରହଣଠାରୁ ଆରମ୍ଭ କରି ଜଙ୍ଗଲ ଜମି ସମସ୍ୟା ଦୂରୀକରଣ, ୟୁଟିଲିଟି ସିଫଫିଂ ଏବଂ ଅନ୍ୟାନ୍ୟ ସମସ୍ୟା ନେଇ ଆଲୋଚନା ହୋଇଥିଲା । ବୈଠକରେ ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ ବିଭିନ୍ନ ରାସ୍ତାର ଅଗ୍ରଗତି ଏବଂ ସମସ୍ୟା ନେଇ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ନିର୍ମାଣ କାର୍ଯ୍ୟକୁ ଆଗେଇ ନେବା ଲାଗି ବିଭିନ୍ନ ବିଭାଗ ସହିତ ସମନ୍ୱୟ ରକ୍ଷା, ଭୂମିରାଶି ପୋର୍ଟାଲର ବହୁଳ ଉପଯୋଗ ସହ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କାର୍ଯ୍ୟ କରିବାକୁ ବିଭାଗୀୟ ଅଧିକାରୀ ଓ ଇଂଜିନିୟରମାନଙ୍କୁ ପରାମର୍ଶ ଦେଇଥିଲେ । ଏଥି ସହିତ ନିର୍ମାଣ କାର୍ଯ୍ୟରେ ଅବହେଳା କରୁଥିବା ଠିକାସଂସ୍ଥା ବିରୁଦ୍ଧରେ କଡା କାର୍ଯ୍ୟନୁଷ୍ଠାନ ପାଇଁ ମୁଖ୍ୟ ଯନ୍ତ୍ରୀ ତଥା ଅଧିକ୍ଷକ ଯନ୍ତ୍ରୀଙ୍କୁ ସେ ପରାମର୍ଶ ଦେଇଥିଲେ I ଆଜିର ବୈଠକରେ ସର୍ବୋଚ୍ଚ ଯନ୍ତ୍ରୀ ତଥା ସ୍ୱତନ୍ତ୍ର ଶାସନ ସଚିବ ଇଂ ସମୀର ହୋତା, ସର୍ବୋଚ୍ଚ ଯନ୍ତ୍ରୀ (ସିଭିଲ୍‌ ଓ ରୋଡ୍ସ ) ଇଂ ସତ୍ୟବ୍ରତ ବେହେରା, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସ୍ୱୟମ୍‌ ମଲ୍ଲିକ, ମୁଖ୍ୟଯନ୍ତ୍ରୀ ଏନ୍‌ଏଚ୍‌-୧ ଇଂ ନାରାୟଣ ପଟେଲ, ମୁଖ୍ୟଯନ୍ତ୍ରୀ ଏନ୍‌ଏଚ୍‌-୨ ଇଂ ଦୀପକ ପାଣିଗ୍ରାହୀ, ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ଆଞ୍ଚଳିକ ଅଧିକାରୀ ଇଂ ସୁନୀଲ କୁମାର, ଏନ୍‌ଏଚ୍‌ଏଆଇର ଆଞ୍ଚଳିକ ଅଧିକାରୀ ଇଂ ପ୍ରଦୀପ ଲାଲ, ଅତିରିକ୍ତ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ସାହୁଙ୍କ ସମେତ ବିଭିନ୍ନ ଜୋନ୍‌ର ମୁଖ୍ୟଯନ୍ତ୍ରୀ, ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଓ ଅଧୀକ୍ଷଣ ଯନ୍ତ୍ରୀ, ବିଭିନ୍ନ ବିଭାଗର ଅଧିକାରୀ ଓ ଠିକା ସଂସ୍ଥାର କାର୍ଯ୍ୟନିର୍ବାହୀ ପ୍ରମୁଖ ଯୋଗ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking