30.1 C
Bhubaneswar
Wednesday, November 11, 2026
Homeଦେଶ ବିଦେଶଖୋଲା ମ୍ୟାନହୋଲ୍‌ରେ ଖସିପଡ଼ିଲା ୪ ବର୍ଷର ଶିଶୁ

ଖୋଲା ମ୍ୟାନହୋଲ୍‌ରେ ଖସିପଡ଼ିଲା ୪ ବର୍ଷର ଶିଶୁ

ନୂଆଦିଲ୍ଲୀ:  ରାସ୍ତାରେ ଖୋଲା ପଡ଼ିଥିଲା ମ୍ୟାନହୋଲ୍ । ଆଉ ଖେଳୁ ଖେଳୁ ସେହି ମ୍ୟାନହୋଲ୍ ଭିତରକୁ ଖସିପଡ଼ିଲା ୪ ବର୍ଷର ନିଷ୍ପାପ ଶିଶୁ । ଏବେ ଶିଶୁଟିକୁ ଉଦ୍ଧାର କରିବା ପାଇଁ ଚାଲିଛି ବଡ଼ ଧରଣର ଅପରେସନ୍ । ଘଟଣାକୁ ନେଇ ଦିଲ୍ଲୀରେ ଆତଙ୍କ ଖେଳିଯାଇଛି । ଦିଲ୍ଲୀର ନାଙ୍ଗଲି ବିହାର ଅନ୍ତର୍ଗତ ଦାସ ଗାର୍ଡେନ୍ କଲୋନି ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନା ଅନୁସାରେ, ୪ ବର୍ଷର ଶିଶୁଟି ନିଜ ମାଆଙ୍କ ସହ ଖେଳୁଥିବା ସମୟରେ ହଠାତ୍ ଏକ ଖୋଲା ମ୍ୟାନହୋଲ୍ ଭିତରକୁ ଖସିପଡ଼ିଥିଲା । ମ୍ୟାନହୋଲ୍ ଭିତରେ ନର୍ଦ୍ଦମା ଜଳ ଥିବାରୁ ପରିସ୍ଥିତି ଆହୁରି ଗମ୍ଭୀର ହୋଇପଡ଼ିଛି ।ଖବର ପାଇବା ମାତ୍ରେ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । ରାତି ପ୍ରାୟ ୯ଟା ୪୫ ମିନିଟ୍ ସମୟରେ ଅଗ୍ନିଶମ ବିଭାଗକୁ ଏନେଇ ସୂଚନା ମିଳିଥିଲା । ଏହାପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଅପରେସନରେ ଏନ୍‌ଡିଆରଏଫ୍‌, ଦିଲ୍ଲୀ ଅଗ୍ନିଶମ ବିଭାଗ, ପୁଲିସ, ଡିଡିଏମ୍‌ଏ ଏବଂ ବିଏସ୍‌ଏଫ୍‌ର ଟିମ୍ ସାମିଲ ହୋଇଛନ୍ତି । ଶିଶୁଟିକୁ ସୁରକ୍ଷିତ ଭାବେ ବାହାର କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରୟାସ ଜାରି ରହିଛି ।ତେବେ ଖବର ଲେଖାଯିବା ସୁଦ୍ଧା ଶିଶୁଟିକୁ ଉଦ୍ଧାର କରାଯାଇପାରିନାହିଁ । ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନଥିବା ବେଳେ ସମସ୍ତଙ୍କ ନଜର ଏବେ ଉଦ୍ଧାରକାରୀ ଟିମ୍ ଉପରେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking