31.1 C
Bhubaneswar
Tuesday, November 10, 2026
Homeଓଡିଶାଘାଟି ରାସ୍ତାରେ ଓଲଟିଲା ଆଳୁ ବୋଝେଇ ଟ୍ରକ୍:୫ ଘଣ୍ଟା ଧରି ରାସ୍ତା ଜାମ୍

ଘାଟି ରାସ୍ତାରେ ଓଲଟିଲା ଆଳୁ ବୋଝେଇ ଟ୍ରକ୍:୫ ଘଣ୍ଟା ଧରି ରାସ୍ତା ଜାମ୍

କୋରାପୁଟ: ଘାଟି ରାସ୍ତାରେ ଓଲଟିଲା ଆଳୁ ବୋଝେଇ ଟ୍ରକ୍ । ଆଉ ଏହାର ପ୍ରଭାବରେ ଦୀର୍ଘ ୫ ଘଣ୍ଟା ଧରି ଠପ୍ ହୋଇଗଲା ଯାନବାହନ ଚଳାଚଳ । କୋରାପୁଟ-ବିଶାଖାପାଟଣା ଜାତୀୟ ରାଜପଥର ସାଲୁର ଘାଟିରେ ଘଟିଛି ଏହି ଦୁର୍ଘଟଣା । ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିବାରୁ ଯାତ୍ରୀ ଓ ଗାଡ଼ି ଚାଳକ ହନ୍ତସନ୍ତ ହୋଇଛନ୍ତି । ତେବେ ୫ ଘଣ୍ଟା ପରେ ଯାତାୟାତ ସ୍ୱାଭାବିକ ହୋଇଛି ।ସୂଚନା ଅନୁସାରେ, ପଶ୍ଚିମବଙ୍ଗ ନମ୍ବର ଥିବା ଏକ ଆଳୁ ବୋଝେଇ ଟ୍ରକ୍ କୋରାପୁଟ ଦେଇ ବିଶାଖାପାଟଣା ଅଭିମୁଖେ ଯାଉଥିଲା । ଏହି ସମୟରେ ସାଲୁର ଘାଟିର ଏକ ବିପଦପୂର୍ଣ୍ଣ ବୁଲାଣିରେ ଟ୍ରକ୍‌ଟି ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିଲା ।

 ଟ୍ରକ୍‌ଟି ରାସ୍ତା ଉପରେ ଓଲଟି ପଡ଼ିବାରୁ ଉଭୟ ପାର୍ଶ୍ୱରେ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା । ଫଳରେ ଶହ ଶହ ଗାଡ଼ି ରାସ୍ତାରେ ଅଟକି ରହିଥିଲା । ଦୀର୍ଘ ସମୟ ଧରି ଜାମ୍‌ରେ ଫସି ରହିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଘଟଣା ସମ୍ପର୍କରେ ଖବର ପାଇ ସାଲୁର ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ତେବେ ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌କୁ ହଟାଇବାରେ ବିଳମ୍ବ ହେବାରୁ ଦୀର୍ଘ ୫ ଘଣ୍ଟା ଧରି ରାସ୍ତା ଜାମ୍ ଲାଗି ରହିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking