28.1 C
Bhubaneswar
Tuesday, November 10, 2026
Homeଓଡିଶାଭତ୍ତା ପାଇଁ ଅପେକ୍ଷା କରିବାକୁ ପଡିବନି: ମୁଖ୍ୟମନ୍ତ୍ରୀ

ଭତ୍ତା ପାଇଁ ଅପେକ୍ଷା କରିବାକୁ ପଡିବନି: ମୁଖ୍ୟମନ୍ତ୍ରୀ

ବାଲେଶ୍ୱର: ବାଲେଶ୍ୱରରେ ୫ ଲକ୍ଷ ନୂଆ ହିତାଧିକାରୀଙ୍କୁ ଭତ୍ତା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନମାଝୀ । ଆଜି ଓଡିଶା ପାଇଁ ଐତିହାସିକ ଦିନ କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଉ କାହାକୁ ଭତ୍ତା ପାଇଁ ଅପେକ୍ଷା କରିବାକୁ ପଡିବ ନାହିଁ ।ଗତ ସରକାର ସମୟରେ ଏହାକୁ ବନ୍ଦ କରାଯାଇଥିଲା । ଗତ ସରକାର ଜିଲ୍ଲାମାନଙ୍କ ପାଇଁ କୋଟା ବ୍ୟବସ୍ଥା କରିଥିଲେ । ଫଳରେ ଯୋଗ୍ୟ ହିତାଧିକାରୀ ହୋଇ ବି ଅପେକ୍ଷା କରି ରହିଥିଲେ । ଭ୍ୟାକେନ୍ସି ହେଲେ ଯାଇ ସେମାନଙ୍କୁ ଭତ୍ତା ପ୍ରଦାନ ବ୍ୟବସ୍ଥା ଥିଲା । ଗୋଟିଏ ପଦ ଖାଲି ହେଲେ ଜଣଙ୍କୁ ସେହି ତାଲିକାରେ ଯୋଡା ଯାଉଥିଲା । ଆଉ ସରକାର ଯେପରି ଏକ ଅମାନବୀୟ ବ୍ୟବସ୍ଥା ଦୂର ପାଇଁ ନିଷ୍ପତ୍ତି ନେଲା । ଜଣଙ୍କୁ ମରଣକୁ ଆଉ ଜଣେ ଅପେକ୍ଷା କରି ରହିବା ଅମାନବୀୟ ବ୍ୟବସ୍ଥା ଥିଲା । ଆଜିଠାରୁ ଆଉ କାହାକୁ ଭତ୍ତା ପାଇଁ ଅପେକ୍ଷା କରିବାକୁ ପଡିବ ନାହିଁ । ଏହା ଆମ ସରକାରଙ୍କ ପାଇଁ ଏହା ଐତିହାସିକ ନିଷ୍ପତ୍ତି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପୂର୍ବରୁ ୩୬ ଲକ୍ଷ ୭୫ ହଜାର ହିତାଧିକାରୀ ଭତ୍ତା ପାଉଥିଲେ । ଆଜି ଏହି ସଂଖ୍ୟା ବଢି ୪୧ ଲକ୍ଷ ୮୦ ହଜାର ୮୨୫ରେ ପହଞ୍ଚିଛି । ଏଥିସହ ଭତ୍ତା ପାଇବା ପାଇଁ ଅନଲାଇନରେ ବ୍ୟବସ୍ଥା କରାଯାଇଛି । ଆଜିଠାରୁ ୟୁପିଏମପି ପୋର୍ଟାଲରେ ଆବେଦନ କରି ସୁବିଧା ପାଇବେ । ଘରର କେହି ଲୋକ ବି ଜନସେବା କେନ୍ଦ୍ର ମାଧ୍ୟାମରେ ଆବେଦନ କରିପାରିବେ । ବିଡିଓଙ୍କ କାର୍ଯ୍ୟାଳୟକୁ ଯାଇ ନୋଡାଲ ଅଫିସରକୁ ଭେଟି ବି ସୁବିଧା ପାଇବେ । ଯେଉଁ ହିତାଧିକାରୀଙ୍କୁ ୮୦ ବର୍ଷ ପୂରିବ ଆପଣା ଛାଏଁ ୩୫୦୦ ଟଙ୍କା ପାଇବେ । ନୂଆ ହିତାଧିକାରୀଙ୍କୁ ଅକ୍ଟୋବରକୁ ମିଶାଇ ୨ ମାସର ଭତ୍ତା ଏକାସାଙ୍ଗେ ପାଇବେ । ଚଳିତ ମାସ ୨୫ ତାରିଖରେ ସମସ୍ତେ ଭତ୍ତା ପାଇବଏ ବୋଲି ମୁଖ୍ୟମନ୍ତ୍ରୀ ଏହା ମଧ୍ୟ ଘୋଷଣା କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking