28.1 C
Bhubaneswar
Tuesday, November 10, 2026
Homeଓଡିଶାଧ୍ୱନି ପ୍ରଦୂଷଣ ଓ ଟ୍ରାଫିକ୍ ନିୟମ ଉଲ୍ଲଂଘନ: ୫ ସ୍ପୋର୍ଟସ୍ ବାଇକ୍ ଜବତ

ଧ୍ୱନି ପ୍ରଦୂଷଣ ଓ ଟ୍ରାଫିକ୍ ନିୟମ ଉଲ୍ଲଂଘନ: ୫ ସ୍ପୋର୍ଟସ୍ ବାଇକ୍ ଜବତ

ରାଉରକେଲା: ସହରରେ ଧ୍ୱନି ପ୍ରଦୂଷଣ ରୋକିବା ସହ ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ ଗାଡ଼ି ଚାଳକଙ୍କ ବିରୋଧରେ ରାଉରକେଲା ପୋଲିସ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି। ଉଦିତନଗର ଥାନା ପୋଲିସ ଅନଧିକୃତ ଭାବେ ମୋଡିଫାଏଡ୍ ସାଇଲେନ୍ସର ଲଗାଯାଇଥିବା ୫ଟି ହାଇସ୍ପିଡ୍ ସ୍ପୋର୍ଟସ୍ ବାଇକ୍ ଜବତ କରିଛି।ଜବତ ହୋଇଥିବା ସମସ୍ତ ବାଇକ୍‌କୁ ଅଧିକ ଯାଞ୍ଚ ପାଇଁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ଅଧିକାରୀଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା। ଯାଞ୍ଚ ସମୟରେ ମୋଟର ଯାନ ଆଇନ ଓ ଟ୍ରାଫିକ୍ ନିୟମ ଉଲ୍ଲଂଘନ ଜଣାପଡ଼ିବା ପରେ ସମ୍ପୃକ୍ତ ଗାଡ଼ି ମାଲିକଙ୍କଠାରୁ ନିୟମ ଅନୁଯାୟୀ ଜରିମାନା ଆଦାୟ କରାଯାଇଛି।ସଡ଼କରେ ଅନାବଶ୍ୟକ ଉଚ୍ଚଶବ୍ଦ ଓ ଧ୍ୱନି ପ୍ରଦୂଷଣ ରୋକିବା ସହ ଟ୍ରାଫିକ୍ ନିୟମ ପାଳନ ସୁନିଶ୍ଚିତ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ।ରାଉରକେଲା ପୋଲିସ ପକ୍ଷରୁ ଗାଡ଼ି ଚାଳକମାନଙ୍କୁ ଦାୟିତ୍ୱବାନ ଭାବେ ଗାଡ଼ି ଚଳାଇବା, ଟ୍ରାଫିକ୍ ନିୟମ ପାଳନ କରିବା ଏବଂ ନିଜ ଗାଡ଼ିରେ ବେଆଇନ ପରିବର୍ତ୍ତନ ନକରିବାକୁ ଅପିଲ୍ କରାଯାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking