28.1 C
Bhubaneswar
Monday, November 9, 2026
Homeଓଡିଶାଦୀପାବଳିରେ ବାଣ ନେଲା ନାବାଳକର ଜୀବନ

ଦୀପାବଳିରେ ବାଣ ନେଲା ନାବାଳକର ଜୀବନ

ରାଉରକେଲା : ଦୀପାବଳିରେ ବାଣ ନେଲା ନାବାଳକର ଜୀବନ । ବାଣ ବିସ୍ଫୋରଣରେ ଚାଲିଗଲା ଜଣେ ନାବାଳକଙ୍କ ଜୀବନ । ଭଉଣୀ ଆଖି ଆଗରେ ଭାଇର ମୃତ୍ୟୁ ଘଟିଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଭଉଣୀ ଓ ତାଙ୍କ ସହ ଥିବା ଅନ୍ୟ ଜଣେ ସାଙ୍ଗ। ଏଭଳି ଏକ ଦୁଃଖଦ ଘଟଣା ରାଉରକେଲା ରଘୁନାଥପାଲି ଥାନା ଅନ୍ତର୍ଗତ କୌଶଲ୍ୟା ନଗରରେ ଗତକାଲି ରାତି ପ୍ରାୟ ୯ଟା ସମୟରେ ଘଟିଛି । ମୃତ ନାବାଳକ ହେଉଛନ୍ତି ଅଷ୍ଟମ ଶ୍ରେଣୀର ଛାତ୍ର ଚିନ୍ମୟ ସାହୁ ।

ସୂଚନା ଅନୁଯାୟୀ, ଦୀପାବଳି ଅବସରରେ ଜଣେ ଶିକ୍ଷକ ନିଜ ଘରକୁ ପିଲାମାନଙ୍କୁ ଭୋଜି ଖାଇବା ପାଇଁ ଡାକିଥିଲେ । ଭୋଜି ଖାଇସାରିବା ପରେ ଚିନ୍ମୟ, ତାଙ୍କ ଭଉଣୀ ଓ ଅନ୍ୟ ଜଣେ ସାଙ୍ଗ ଏକାଠି ଘରକୁ ଫେରୁଥିଲେ। ଘର ଆଉ ଅଳ୍ପ ଦୂର ଥିବା ବେଳେ ଛକ ନିକଟରେ ହଠାତ୍ ଏକ ବାଣ ଫୁଟିଥିଲା । ଏଥିରେ ଚିନ୍ମୟ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ଚିନ୍ମୟଙ୍କୁ ମୃତ ଘୋଷଣା କରିଥିଲେ।ତେବେ ତାଙ୍କ ସହ ଥିବା ଭଉଣୀ ଓ ଅନ୍ୟ ଜଣେ ସାଙ୍ଗ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ପ୍ରାଥମିକ ତଦନ୍ତରୁ ବାଣ ମଧ୍ୟରେ କାଚ ଥିବା ଜଣାପଡ଼ିଛି । ଘଟଣାକୁ ନେଇ ରଘୁନାଥପାଲି ପୁଲିସ ତଦନ୍ତ ଜାରି ରଖିଛି । ଦୀପାବଳିର ଖୁସି ମଧ୍ୟରେ ଏଭଳି ଅଘଟଣ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking