ଗଞ୍ଜାମ: ଗଞ୍ଜାମରେ ବନ୍ୟା ବିପନ୍ନଙ୍କୁ ଭେଟିଲେ ନବୀନ ପଟ୍ଟନାୟକ । କ୍ଷୟକ୍ଷତି ନେଇ ଚିନ୍ତା ପ୍ରକଟ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । କ୍ଷତି ତୁଳନାରେ ସରକାରୀ ସହାୟତା ନଗଣ୍ୟ କହିଲେ ନବୀନ । ଏଥିସହ ସରକାର ପ୍ରୋ- ଆକ୍ଟିଭ ହୋଇ କାମ କରିବାକୁ ପରାମର୍ଶ ଦେଇଛନ୍ତି । ସୂଚନାଥାଉକି, ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଗଞ୍ଜାମରେ ହୋଇଥବା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ପରିଦର୍ଶନ କରି ଲୋକଙ୍କ ସହ କଥା ହୋଇଥିଲେ । ହିଞ୍ଜିଳି, ସୋରଡାକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ ।










