30.1 C
Bhubaneswar
Friday, November 6, 2026
Homeଦେଶ ବିଦେଶହିମାଚଳ ପ୍ରଦେଶରେ ଭୂକମ୍ପ ଝଟକା

ହିମାଚଳ ପ୍ରଦେଶରେ ଭୂକମ୍ପ ଝଟକା

ଶିମଲା: ଭୂକମ୍ପ ଝଟକାରେ ଥରିଲା ହିମାଚଳ ପ୍ରଦେଶ। ଶୁକ୍ରବାର ସକାଳେ ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାରେ ଭୂମିକମ୍ପ ଅନୁଭୂତ ହୋଇଛି। ସକାଳ ପ୍ରାୟ ୬:୫୯ ସମୟରେ ଏହି ଝଟକା ଅନୁଭୂତ ହୋଇଥିଲା। ଯାହା ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଥିଲା। ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୨ ମାପ କରାଯାଇଥିଲା, ଏହାର କେନ୍ଦ୍ରସ୍ଥଳ ଭୂମିଠାରୁ ପ୍ରାୟ ୧୫ କିଲୋମିଟର ତଳେ ଥିଲା।
ସକାଳେ ହୋଇଥିବା ଭୂମିକମ୍ପ ଲୋକମାନଙ୍କୁ କିଛି ସମୟ ପାଇଁ ଭୟଭୀତ କରିଥିଲା। ଏହା ଆଶ୍ୱସ୍ତିର ବିଷୟ ଯେ ଭୂମିକମ୍ପ ଯୋଗୁଁଁ ଜିଲ୍ଲାରେ କୌଣସି ଜୀବନହାନି କିମ୍ବା ଆହତ ହେବାର ଖବର ମିଳିନାହିଁ।ଉପ କମିଶନର ଚମ୍ବା ମୁକେଶ ରେପାସୱାଲ କହିଛନ୍ତି ଯେ ଭୂମିକମ୍ପ ଯୋଗୁଁଁ ଜିଲ୍ଲାରେ କୌଣସି ଅପ୍ରୀତିକର ଘଟଣା କିମ୍ବା କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ। ପ୍ରଶାସନ ପରିସ୍ଥିତି ଉପରେ କଡ଼ା ନଜର ରଖିଛି। ବର୍ତ୍ତମାନ, ଜିଲ୍ଲାର ପରିସ୍ଥିତି ସ୍ୱାଭାବିକ ଥିବା ରିପୋର୍ଟ କରାଯାଇଛି, ଏବଂ ପ୍ରଶାସନ ପରିସ୍ଥିତି ଉପରେ ନଜର ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking