28.1 C
Bhubaneswar
Thursday, November 5, 2026
Homeଦେଶ ବିଦେଶହର୍ମୁଜ୍‌ରେ ଭାରତକୁ ଜାହାଜ ଚଳାଚଳ କଟକଣାରୁ ମିଳିଲା ଆଶ୍ୱସ୍ତି

ହର୍ମୁଜ୍‌ରେ ଭାରତକୁ ଜାହାଜ ଚଳାଚଳ କଟକଣାରୁ ମିଳିଲା ଆଶ୍ୱସ୍ତି

ନୂଆଦିଲ୍ଲୀ : ହର୍ମୁଜ୍‌ ପ୍ରଣାଳୀରେ ଭାରତୀୟ ଜାହାଜକୁ ନେଇ ଇରାନର ବଡ଼ ନିଷ୍ପତ୍ତି । ଭାରତୀୟ ବାଣିଜ୍ୟିକ ଜାହାଜ ଉପରେ ଲାଗିବନି ଟ୍ରାଞ୍ଜିଟ୍‌ କଟକଣା । ଭାରତ ସମେତ ଚୀନ୍‌, ଇରାକ୍‌ ଓ କତାରର ବାଣିଜ୍ୟିକ ଜାହାଜକୁ ଏହି ଜଳପଥ ଦେଇ ମୁକ୍ତ ଭାବେ ଯାତାୟାତ ପାଇଁ ଅନୁମତି ଦେଇଛି ଇରାନ । ଇରାନ ସଂସଦର ଜାତୀୟ ସୁରକ୍ଷା ଓ ବୈଦେଶିକ ନୀତି କମିଟିର ଉପାଧ୍ୟକ୍ଷ ଅମିର ହାୟାତ୍‌-ମୋଘଦ୍ଦମ୍‌ ଏନେଇ ସୂଚନା ଦେଇଛନ୍ତି ।ଇରାନର ଏହି ନିଷ୍ପତ୍ତି ଭାରତ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। କାରଣ ଦେଶର ଶକ୍ତି ଆବଶ୍ୟକତା ପୂରଣ ପାଇଁ ଭାରତ ବିପୁଳ ପରିମାଣର ଅଶୋଧିତ ତୈଳ ଓ ଗ୍ୟାସ୍‌ ଆମଦାନୀ ଉପରେ ନିର୍ଭର କରେ। ଭାରତର ମୋଟ ଅଶୋଧିତ ତୈଳ ଆମଦାନୀର ପ୍ରାୟ ୩୦ ପ୍ରତିଶତ ହର୍ମୁଜ୍‌ ପ୍ରଣାଳୀ ଦେଇ ଆସିଥାଏ। ସେହିପରି ଦେଶର ପ୍ରାୟ ୯୦ ପ୍ରତିଶତ ଏଲ୍‌ପିଜି ଆମଦାନୀ ଏହି ଜଳପଥ ଉପରେ ନିର୍ଭରଶୀଳ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking