26.1 C
Bhubaneswar
Wednesday, November 4, 2026
Homeଓଡିଶାହବିଷ୍ୟାଳୀ ମା’ଙ୍କ ପାଇଁ ୩.୩୦ କୋଟି: ପୁରୀରେ ସରକାରଙ୍କ ବ୍ୟାପକ ବ୍ୟବସ୍ଥା!

ହବିଷ୍ୟାଳୀ ମା’ଙ୍କ ପାଇଁ ୩.୩୦ କୋଟି: ପୁରୀରେ ସରକାରଙ୍କ ବ୍ୟାପକ ବ୍ୟବସ୍ଥା!

ପୁରୀ : କାର୍ତ୍ତିକ ମାସରେ ହବିଷ୍ୟାଳୀ ମା’ଙ୍କ ସୁବିଧା ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ହବିଷ୍ୟାଳୀ ବ୍ରତ ପାଳନ ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୩ କୋଟି ୩୦ ଲକ୍ଷ ଟଙ୍କା ଅନୁମୋଦନ କରାଯାଇଛି । ଶ୍ରୀକ୍ଷେତ୍ରରେ ଏକମାସ ଧରି ରହି ବ୍ରତ ପାଳନ କରୁଥିବା ହବିଷ୍ୟାଳୀ ମା’ମାନଙ୍କ ପାଇଁ ରହିବ ରହଣିଠାରୁ ଆରମ୍ଭ କରି ଖାଦ୍ୟପେୟ ଓ ଦର୍ଶନ ପର୍ଯ୍ୟନ୍ତ ସମସ୍ତ ସୁବିଧା ।ପୁରୀର ବିଭିନ୍ନ ହବିଷ୍ୟାଳୀ କେନ୍ଦ୍ରରେ ସୁରକ୍ଷିତ ରହଣି ବ୍ୟବସ୍ଥା ସହ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ, ମହାପ୍ରସାଦ ସେବନ ଏବଂ ଭଜନ-କୀର୍ତ୍ତନ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ବ୍ରତ ପାଳନ ସମୟରେ ଯେପରି କୌଣସି ହବିଷ୍ୟାଳୀ ମା’ ଅସୁବିଧାରେ ନ ପଡ଼ନ୍ତି, ସେଥିପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି ।

ସେହିପରି କାର୍ତ୍ତିକ ମାସରେ ପୁରୀରେ ଭକ୍ତଙ୍କ ଭିଡ଼ ବଢ଼ୁଥିବାରୁ ହବିଷ୍ୟାଳୀ ମା’ମାନଙ୍କ ସୁବିଧାଜନକ ଦର୍ଶନ ପାଇଁ ଯାନବାହନ ବ୍ୟବସ୍ଥା କରାଯାଇଛି । ଏଥିସହ ସ୍ୱେଚ୍ଛାସେବୀ ମୁତୟନ, ଶୃଙ୍ଖଳା ରକ୍ଷା, ପରିମଳ, ପାନୀୟ ଜଳ ଓ ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ହବିଷ୍ୟାଳୀ ମା’ଙ୍କ ବ୍ରତ ପାଳନକୁ ସୁରୁଖୁରୁରେ ସମ୍ପନ୍ନ କରିବା ଲକ୍ଷ୍ୟରେ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରିଛି ପ୍ରଶାସନ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking